ଲାଲୁ ଓ ପରିବାରକୁ କୋର୍ଟଙ୍କ ଆଶ୍ୱସ୍ତି, ୫୦ହଜାର ଟଙ୍କା ବଣ୍ଡରେ ଲାଲୁ ଯାଦବ, ରାବଡି ଦେବୀ ଓ ଝିଅ ମିସାଙ୍କୁ ଜାମିନ

1 min read

ନୂଆଦିଲ୍ଲୀ: ଲାଲୁଙ୍କୁ କୋର୍ଟଙ୍କ ଆଶ୍ବସ୍ତି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ୫୦ ହଜାର ଟଙ୍କାର ବଣ୍ଡରେ ତିନିଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ହେବ । ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଓ ମିସା ଭାରତୀଙ୍କୁ ସମନ କରିଥିଲେ କୋର୍ଟ । ଆଜି ହ୍ବିଲ ଚେୟାରରେ ବସି ଲାଲୁ କୋର୍ଟରେ ପହଞ୍ଚିଥିଲେ । ରାବଡି ଦେବି ଓ ମିସା ଭାରତୀ ମଧ୍ୟ କୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ରାବଡି ଦେବୀ, ଲାଲୁ ଯାଦବ, ମିଶାଙ୍କ ସମେତ ୧୪ ଜଣଙ୍କୁ ଗତ ୨୭ ଫେବୃଆରୀରେ ସମନ ଜାରି କରିଥିଲେ କୋର୍ଟ । କୋର୍ଟରେ ହାଜର ହେବା ପୂର୍ବରୁ ଦିଲ୍ଲୀ ଓ ବିହାରରେ ସିବିଆଇ ଟିମ୍ ରାବଡି ଦେବୀଙ୍କୁ ପଚରାଉଚରା କରିଥିଲା । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବା ବେଳେ IRCTCରେ ଚାକିରି ପାଇଁ ସେ ଜମି ନେଇଥିବା ଅଭିଯୋଗ ହୋଇଛି । ଲାଲୁଙ୍କ ପରିବାରକୁ ଏହି ଜମି କମ୍ ଦାମରେ କିମ୍ବା ଗିଫ୍ଟ ଆକାରରେ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି ।