ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ ଲକ୍ଷ୍ମୀ ବସ

ରାୟଗଡା : ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ ଲକ୍ଷ୍ମୀ ବସ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର ୧୧ଟି ବ୍ଲକରେ ଆସନ୍ତା ୨୫ ତାରିଖରେ ଲକ୍ଷ୍ମୀ ବସ ଗଡ଼ିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି  । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୨୯୮ ବସ ରହଣି ସ୍ଥଳ ରହିଥିବା ବେଳେ ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ । ଲକ୍ଷ୍ମୀ ବସ ଏବଂ ସମସ୍ତ ରହଣି ସ୍ଥଳରେ ବସ ଅଟକିବା ସହ ଜନସାଧାରଣଙ୍କ ଯାତାୟତରେ ସମ୍ପୁର୍ଣ୍ଣ  ସହଯୋଗ କରାଯିବ ।

ପଞ୍ଚାୟତ ସ୍ତରରୁ ଆସୁଥିବା  ଯାତ୍ରୀ ଏବଂ କଲେଜରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭକୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଥିଲେ ।