ପ୍ରଧାନ ଶିକ୍ଷକଙ୍କ ପରିଧାନ ପସନ୍ଦ ନ ଆସିବାରୁ ବର୍ଷିଲେ DM; ଏଭଳି କହିଲେ, IAS ଏବଂ IPS ଅଧିକାରୀ
1 min readପାଟଣା: ଡିଷ୍ଟ୍ରିଟ ମାଜିଷ୍ଟ୍ରେଟଙ୍କୁ ପସନ୍ଦ ଆସିଲାନି ପ୍ରଧାନଶିକ୍ଷକଙ୍କ ପୋଷାକ । ପ୍ରଧାନଶିକ୍ଷକଙ୍କ କୁର୍ତ୍ତା ପାଇଜାମାରେ ଉତକ୍ଷୀପ୍ତ ହୋଇପଡ଼ିଲେ ଡିଏମ୍ । ତାଙ୍କୁ ହେଡମାଷ୍ଟ୍ରରଙ୍କ ପୋଷାକ ଏତେ ଖରାପ ଲାଗି ଯେ, ସେ ସ୍ଥାନ, ବେଳ ଓ କାଳ ମଧ୍ୟ ଭୁଲିଗଲେ । ସ୍କୁଲର ଛାତ୍ର ଏବଂ ଗଣମାଧ୍ୟମ ସାମ୍ନାରେ ଶିକ୍ଷକଙ୍କ ପ୍ରତି ଅତ୍ୟନ୍ତ କଡ଼ା ଭାଷା ପ୍ରୟୋଗ କଲେ । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହୋଇଛି ।
ଆଉ ଏହି ଭାଇରାଲ ଭିଡିଓ ଜରିଆରେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତୁ ବହୁ ଆଇପିଏସ୍ ଏବଂ ଆଇଏଏସ୍ । ଆଇଆରଟିଏସ୍ ସଞ୍ଜୟ କୁମାର ମାମଲା ସମ୍ପର୍କରେ ଟ୍ୱିଟ୍ କରି ଡିଏମ୍ଙ୍କ ବ୍ୟବହାରର ନିନ୍ଦା କରିଛନ୍ତି । ସେ ଭିଡିଓଟିକୁ ସେୟାର କରିବା ସହ ଲେଖିଛନ୍ତି ଜଣେ ଲିଡରଙ୍କୁ ସର୍ବସାଧାରଣରେ ନିଜ୍ ଟିମ୍ ସଦସ୍ୟଙ୍କୁ ନିଚ୍ଚା ଦେଖାଇବା ଉଚିତ୍ ନୁହଁ । ଏଭଳି ବ୍ୟବହାର ନିନ୍ଦନୀୟ । ଏଭଳି ଦୁର୍ବ୍ୟବହାର କରିବା ଅନେକ ଲୋକଙ୍କୁ ଖୁସି ଲାଗେ । ଏଣୁ ସେ କଭରେଜ୍ ପାଇଁ ଟିମ୍ ନେଇ ଯାଆନ୍ତି । ନିଜକୁ କଠୋର ଏବଂ ବୁଦ୍ଧିମାନଭାବେ ଦେଖେଇହୁଅନ୍ତି ।
ସେହିଭଳି ୧୯୮୫ ମସିହାର ଆଇଏଏସ୍ ଅଧିକାରୀ ସଞ୍ଜୀବ ଗୁପ୍ତା କହିଛନ୍ତି, କୋଲୋନିୟଲ୍ ମାନସିକତା ସହିତ ଏଭଳି ଅସଭ୍ୟ ବ୍ୟବହାର କରିବା ଏକ ସିଭିଲ୍ ସର୍ଭେଣ୍ଟଙ୍କ ପାଇଁ ନିନ୍ଦନୀୟ । ଭାରତୀୟ ପରିଧାନ ନେଇ ଶିକ୍ଷକଙ୍କୁ ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ । ଆଇଆଇଟି କାନପୁରର କିଛି ଶିକ୍ଷକ ଏବଂ ଆମେ ମଧ୍ୟ କୁର୍ତ୍ତା ପାଇଜାମା ପରିଧାନ କରୁଥିଲୁ । ମୁଁ ଏହି ଘଟଣା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛି ।
I want to add two more questions.
1. How would you feel as a child if your teacher is being insulted in front of you like this?
2. What is this new trend among senior Govt. officers to carry TV crew along while going for official inspections? https://t.co/UoYdvUzsjD
— Arun Bothra ?? (@arunbothra) July 12, 2022
ସେହିଭଳି ଆଇପିଏସ୍ ଅରୁଣ ବୋଥ୍ରା ମଧ୍ୟ ଘଟଣାକୁ କିଛି ପ୍ରଶ୍ନ କରିଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଦ୍ୱରା ଘଟଣାକୁ ନେଇ ପଚରାଯାଇଥିବା ପ୍ରଶ୍ନର ସହିତ ସେ ଆଉ ୨ଟି ପ୍ରଶ୍ନ ଯୋଡ଼ିଛନ୍ତି । ସେ ଲେଖିଛନ୍ତି ଜଣେ ଛାତ୍ରଭାବରେ ନିଜ ଶିକ୍ଷକଙ୍କୁ ଅପମାନିତ ହେଉଥିବା ଦେଖିବା କିଭଳି ଅନୁଭବ କରିବେ? ବରିଷ୍ଠ ସରକାରୀ ଅଧିକାରୀଙ୍କ ଜଣଙ୍କ ଟିଭି କଭରେଜ୍ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଯିବା କିଭଳି ଟ୍ରେଣ୍ଡ ?
Directions for not stopping salary for period of work by teachers. Rather start disciplinary proceedings if any irregularities or illegalities are discovered. #TeacherFirst #ChildFirst pic.twitter.com/9qEEFVbHnK
— Dipak Kumar Singh (@DipakKrIAS) July 11, 2022
ବିହାର ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦୀପକ କୁମାର ସିଂହ ଟ୍ୱିଟ୍ କରି ସୂଚିତ କରିଛନ୍ତି ଯେ, କାମ ବଦଳରେ ଶିକ୍ଷକଙ୍କୁ ଦରମା ମିଳିବା ଉଚିତ୍ । ହାଇକୋର୍ଟଙ୍କ ଆଦେଶର ଏକ କପି ଟ୍ୱିଟରରେ ସେୟାର କରିବା ସହ କାମ ବଦଳରେ ଶିକ୍ଷକଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଥିବା ଦର୍ଶାଇବା ସହ ଦରମା ବନ୍ଦ ନକରିବାକୁ କହିଛନ୍ତି ।