ଲଖିମପୁର ହିଂସା ମାମଲା, ୧୨୪ ଦିନ ପରେ ଜେଲରୁ ବାହାରିବେ ମନ୍ତ୍ରୀଙ୍କ ପୁଅ

Lakhimpur Kheri Violence Case High Court Given Bail To Ashish Mishra

ଲକ୍ଷ୍ନୌ: ୟୁପି ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ଜାମିନ୍ । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ୍ ଦେଇଛନ୍ତି ହାଇକୋର୍ଟ । ୧୨୪ ଦିନ ପରେ ଆଶିଷଙ୍କୁ ଜାମିନ୍ ମିଳିଛି । ଗତବର୍ଷ ଅକ୍ଟୋବର ୩ରେ ଲଖିମପୁର ଖେରିର ତିକୁନିୟାରେ ହୋଇଥିବା ହିଂସା ପାଇଁ ଅକ୍ଟୋବର ୯ରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା ।

ଆଜି ଆଶିଷ ମିଶ୍ରାଙ୍କୁ ଜାମିନ୍ ମିଳିଥିବା ବେଳେ ଜେଲରୁ ବାହାରିବା ଲାଗି ଦିନେ ଦୁଇଦିନ ସମୟ ଲାଗିପାରେ । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜାମିନ୍ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଓକିଲ । ତେବେ ଜାମିନ୍ ଅର୍ଡର ଆସିନାହିଁ ।

Lakhimpur Kheri Violence Case High Court Given Bail To Ashish Mishra

୮ ଜଣଙ୍କୁ ହତ୍ୟା, କେମିତି ମିଳିଲା ଜାମିନ୍ ?

ଆଶିଷ ମିଶ୍ରାଙ୍କ ଓକିଲ ସଲିଲ ଶ୍ରୀବାସ୍ତବଙ୍କ ଅନୁସାରେ, ଘଟଣା ଦିନ ଆଶିଷ ମିଶ୍ରା ନୁହେଁ ହରିଓମ୍ ମିଶ୍ରା ଗାଡ଼ି ଚଳାଉଥିଲେ । ଏବଂ ସେ ନିଜକୁ ରକ୍ଷା କରିବାକୁ ଯାଇ ଗାଡ଼ି ଚଢ଼ାଇ ଦେଇଥିଲେ । ଡ୍ରାଇଭରର ଭୁଲ୍ ପାଇଁ ଆଶିଷ ମିଶ୍ରାଙ୍କୁ ଦାୟୀ କରାଯାଇ ପାରିବ ନାହିଁ । ଏହାଛଡ଼ା କୌଣସି କୃଷକଙ୍କ ମୃତ୍ୟୁ ଗୁଳିରେ ହୋଇ ନଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ।

ତେବେ ପୋଲିସ ଚାର୍ଜସିଟ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ଓକିଲ । ଦାଖଲ ଚାର୍ଜସିଟରେ ଏସଆଇଟି ଅଧିକାରୀଙ୍କ ଦସ୍ତଖତ ନଥିଲା । ତେଣୁ ତାହା ବେଆଇନ୍ । ଲଖିମପୁର ହିଂସା ମାମଲାର ଯାଞ୍ଚ କରୁଥିବା ଏସଆଇଟି ଜାନୁଆରୀ ୩ରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏସଆଇଟି ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା । ଏପରିକି ଆଶିଷ ମିଶ୍ରା ଜାଣିଶୁଣି ଷଡ଼ଯନ୍ତ୍ର କରିଥିବା ଡିସେମ୍ବରରେ କହିଥିଲା ଏସଆଇଟି ।

Leave a Reply