spot_img

Latest Posts

ଲଖିମପୁର-ଖେରି ହିଂସା ମାମଲା: କ୍ରାଇମବ୍ରାଞ୍ଚ ଆଗରେ ହାଜର ହେଲେନି ମୁଖ୍ୟ ଅଭିଯୁକ୍ତ ଆଶିଷ

ଲଖିମପୁର-ଖେରି: ଉତ୍ତରପ୍ରଦେଶ ଲଖିମପୁର-ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚରେ ଆଗରେ ହାଜର ହୋଇନାହାନ୍ତି। କ୍ରାଇମ ବ୍ରାଞ୍ଚ ଆଶିଷଙ୍କ ଘରେ ନୋଟିସ ଲଗାଇ ଆଜି ସକାଳ ୧୦ଟାରେ ହାଜର ହେବାକୁ କହିଥିଲା। ତେବେ ନୋଟିସ ଲଗାଯିବା ସତ୍ତ୍ୱେ ବି ହାଜର ହୋଇନାହାଁନ୍ତି ଆଶିଷ। ତେବେ ଆଶିଷ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ସହ ନେପାଳ ପଳାଇଥିବା କୁହାଯାଉଛି। ନେପାଳ ରାଜଧାନୀ କାଠମାଣ୍ଡୁରେ ଆଶିଷଙ୍କ ଲୋକେସନ ଟ୍ରେସ୍ କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଓ ଲବ କୁଶଙ୍କୁ ପଚରାଉଚରା କରୁଛି ପୋଲିସ। ଜେରା ବେଳେ ଦୁହିଁଙ୍କଠାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ଏହାସହ ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳିର ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ଓ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଏସ ଏନ୍ ସାବତ କହିଛନ୍ତି।

ଅନ୍ୟପଟେ ମୃତ ଚାଷୀ ଗୁରବିନ୍ଦର ସିଂ ଓ ସାମ୍ବାଦିକ ରମଣ କସ୍ୟପଙ୍କ ପରିବାର ଅଟୋପ୍ସି ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ଥିବା ବେଳେ ଅଟୋପ୍ସି ରିପୋର୍ଟରେ ଏହା ଉଲ୍ଲେଖ ନାହିଁ ।

 

Latest Posts

Don't Miss