spot_img

Latest Posts

ଘରୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ, ୨ ଭଉଣୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିପର୍ଯ୍ୟସ୍ତ ଆଇନଶୃଖଳା। ଦିନ ଦ୍ୱିପ୍ରହରରେ ଅପହରଣ, ରେପ୍‌ ପରେ ଡବଲ ମର୍ଡର। ଦୁଇ ନାବାଳିକାଙ୍କୁ ଘରୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ ପରେ ହତ୍ୟା ପରେ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଲଖିମପୁର ଖେରିର ତମୋଲିନ ଜିଲ୍ଲାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ହତ୍ୟା କରାଯାଇଥିବା ଦୁଇ ନାବାଳିକା ଦଳିତ ପରିବାରର ବୋଲି ଜଣାପଡ଼ିଛି।

ଦୁଇ ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ୬ଅଭିଯୁକ୍ତଙ୍କୁ ଗିରଫ କରିଛି । ବୁଧବାର ବାଇକରେ ୩ଜଣ ଯୁବକ ଘରେ ପଶି ଜୋରଜବରଦସ୍ତି ଦୁଇ ଝିଅଙ୍କୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ମାଆ । ଏହାର କିଛି ସମୟ ପରେ ନିକଟସ୍ଥ ଏକ ଆଖୁ କିଆରି ପାଖରୁ ଦୁହିଁଙ୍କ ଝୁଲନ୍ତା ମୃତେଦହ ଉଦ୍ଧାର କରାଯାଇଥିଲା । ଦୁଇ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନାସ୍ଥଳରେ ପୋଲିସ ଅଧିକାରୀ ପୀଡ଼ିତ ପରିବାରକୁ ଦୁର୍ବ୍ୟବହାର କରିଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଚି । ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ପୋଲିସ କହିଛି । ସେପଟେ ଦୁଇ ନାବାଳିକାଙ୍କ ମୃତ୍ୟୁ ନେଇ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଆଇନଶୃଙ୍ଖଳାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଥିବା ବେଳେ ପରିବାର ଲୋକଙ୍କ ସହମତି ବିନା ପୋଷ୍ଟମର୍ଟମ ପାଇଁ ଶବ ପଠାଯାଇଛି ବୋଲି କହିଛନ୍ତି ଅଖିଳେଶ ଯାଦବ ।

Latest Posts

Don't Miss