’ଲଗାନ’ ଫିଲ୍ମ ଦେଖି ଏମିତି ହୋଇଥିଲେ ସଚିନ୍, ରବି ଶାସ୍ତ୍ରୀ କହିଲେ..
1 min readନନ୍ଦିଘୋଷ ବ୍ୟୁରୋ: ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନଙ୍କ ଅନେକ ହିଟ୍ ଫିଲ୍ମ ମଧ୍ୟରେ ’ଲଗାନ’ ଅନ୍ୟତମ । ଏହି ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା । କ୍ରିକେଟ ଉପରେ ଆଧାରିତ ଏହି ଫିଲ୍ମଟି ବେଶ ହିଟ୍ ହେବା ସହ ଦର୍ଶକଙ୍କ ମନ ଜିଣିଥିଲା । ରବିବାର ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ ସମୟରେ ଖେଳ ଦେଖିବାକୁ ଉପସ୍ଥିତ ଥିଲେ ଅମିର ଖାନ୍ । ଯେଉଁ ସମୟରେ ତାଙ୍କର ’ଲଗାନ’ ଫିଲ୍ମର ଏକ ଘଟଣା ସମ୍ପର୍କରେ ଜଣା ପଡ଼ିଛି । ତେବେ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ସଚିନ ତେନ୍ଦୁଲକର ଏବଂ ରବି ଶାସ୍ତ୍ରୀ ସ୍ବତନ୍ତ୍ର ଭାବେ ଏହି ଫିଲ୍ମ ଦେଖିଥିଲେ । ଫିଲ୍ମର ଏକ ସିନରେ ବୋଲର ଓ୍ବିକେଟ ନେବା ବେଳର ଦୃଶ୍ୟ ସମୟରେ ରବିଶାସ୍ତ୍ରୀ ଏବଂ ସଚିନ ସିଟରେ ଛିଡ଼ା ହୋଇ ପଡ଼ିଥିଲେ । ତେବେ ଏହି ସମୟରେ ଅମିର ଖାନ ସ୍କ୍ରିନ୍ ଦେଖିବା ବଦଳରେ ସେମାନଙ୍କୁ ଦେଖିଥିଲେ ଏବଂ ଭାବ ବିହ୍ବଳ ହୋଇଥିଲେ । ଯାହାକୁ ଗତକାଲି ମ୍ୟାଚ ସରିବା ପରେ ସାମ୍ବାଦିକଙ୍କ ସହ ନିଜର ଅନୁଭୂତିକୁ ପ୍ରକାଶ କରିଛନ୍ତି ଅମୀର ଖାନ । ତେବେ ଲଗାନ ଫିଲ୍ମ ୨୦୦୧ ମସିହାରେ ରିଲିଜ ହୋଇଥିଲା ।