ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ

ଭଦ୍ରକ: ସହରଠୁ ଗଳି, ସବୁଠି ଚର୍ଚ୍ଚା । ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ । ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ କରି ଏସଆଇଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଅଭିଯୁକ୍ତ ହେଲେ ଚୂଡ଼ାମଣୀ ମେରାଇନ ଥାନା ଏସଆଇ ତପସ୍ବିନୀ ମହାପାତ୍ର ।
ଅଭିଯୋଗ ଅନୁସାରେ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ତପସ୍ବିନୀ । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରିଥିଲା ପୋଲିସ । ମେଡିକାଲ ଯାଞ୍ଚ ପରେ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।