ମହିଳା ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ ପଶି ମହିଳା ଆରଆଇ ସୀମା ସିମନ୍ତିନି ସାହୁଙ୍କୁ କାତିରେ ଆକ୍ରମଣ । ଜଣେ ବୃଦ୍ଧ ସୀମାଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଆାରଆଇଙ୍କୁ ତହସିଲଦାରଙ୍କ ଗାଡିରେ ଆନନ୍ଦପୁର ଡାକ୍ତରୋଖାନାରେ ଭର୍ତ୍ତି କରାଯାଇଛି ।

ଆକ୍ରମଣକାରୀ ଆନନ୍ଦପୁର ଥାନା ବାଙ୍ଖିଡି ଗାଁର ଗୋବିନ୍ଦ ଜେନାକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ୍ ଜିମା ଦେଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଆନନ୍ଦପୁର ଡାକ୍ତରଖାନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି  ।

ଜମିପଟାର କାଗଜପତ୍ର ଏପଟ ସେପଟ କରିଥିବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି । ଘଟଣା ପରେ ଡାକ୍ତରଖାନାରେ ପହଁଞ୍ଚିଛନ୍ତି ଗୁରୁତର ଆରଆଇଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

Leave a Reply