୨୫ ଥର ଛୁରୀ ମାରି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସକୁ ଫୋନ୍ କରି ଜଣାଇଲେ କାରଣ….

ଭୁବନେଶ୍ୱର: ବାରମ୍ୱାର ଦୁଷ୍କର୍ମର ଶୀକାର ହେଉଥିବା ଜଣେ ମହିଳା ବାଧ୍ୟ ହୋଇ ହତ୍ୟା କରିବା ଭଳି ପନ୍ଥା ବାଛିଛନ୍ତି । ତା’ ପୁଣି ଅତି ବିବତ୍ସ ଭାବେ । ୨୫ ଥର ଛୁରୀ ମାରି ଅତି ନିର୍ମମ ଭାବେ ସେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗୁନା ସହରରୁ । ଘଟଣାଟି ଅତ୍ୟନ୍ତ ଚାଞ୍ଚଲ୍ୟକର  । ଉକ୍ତ ମହିଳା ପ୍ରଥମେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ହତ୍ୟା କଲେ ଓ ପରେ ଟେଲିଫୋନ ଯୋଗେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଲେ । ପୋଲିସ ମହିଳାଙ୍କୁ ଗିରଫ କରି ତାଙ୍କ ବୟାନ ରେକର୍ଡ କରିବା ପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ହଟିଲା ।

ମହିଳାଙ୍କ କହିବା ଅନୁଯାୟୀ, ବୃଜଭୂଷଣ ନାମକ ଏକ ଯୁବକ ୨୦୦୫ ମସିହାଠାରୁ ତାଙ୍କ ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖୁଥିଲେ । ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବ୍ଲାକମେଲିଂ କରି ଏଭଳି କରୁଥିଲେ । ପ୍ରଥମ ଥର ପାଇଁ ମହିଳା ଦୁଷ୍କର୍ମର ଶୀକାର ହେବା ବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା । ଏବେ ମହିଳା ବିବାହିତ । ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି । ତେବେ ଜୋର ଜବରଦସ୍ତ ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ସେ କମ୍ ବୟସରେ ବିବାହ ଭଳି ନିଷ୍ପତ୍ତି ନେଇଥିଲେ । ତାଙ୍କ ବୁଝିବା ଥିଲା ଯେ, ବିବାହ କରିବା ପରେ ତାଙ୍କୁ ଏକ ଦାମ୍ପତ୍ୟ ଜୀବନ ମିଳିବ । ଯାହା ଫଳରେ ବୃଜଭୂଷଣ ଆଉ ତାଙ୍କ ସହ ଦୁଷ୍କର୍ମ କରିବାର ସାହସ କରିବେ ନାହିଁ ।

ତେବେ ବିବାହ ପରେ ମଧ୍ୟ ବୃଜଭୂଷଣ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ଉଦ୍ୟମ କଲେ । ଏପରିକି ତାଙ୍କ ସହ ବିବାହ ପରେ ମଧ୍ୟ ଦୁଷ୍କର୍ମ ହେଲା । କ୍ରମାଗତ ଭାବେ ଏଭଳି ହେବା ଦ୍ୱାରା ମହିଳା ଜଣଙ୍କର ଧୈର୍ଯ୍ୟ ଭାଙ୍ଗି ଯାଇଥିଲା । ବୃଜଭୂଷଣ ପୁଣି ଥରେ ଦୁଷ୍କର୍ମ ପାଇଁ ମହିଳାଙ୍କ ଘରକୁ ଆସିଥିବା ବେଳେ ମହିଳା ଜଣଙ୍କ ନିଜ ହତାଶାପଣ ଉପରେ କାବୁ ରଖିପାରିନଥିଲେ । କ୍ରୋଧରେ ଉକ୍ତ ଯୁବକଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କୁ ମାନସିକ ସ୍ତରରେ ଏବେ ସୁସ୍ଥ ଅନୁଭବ ହେଉଥିବା ମହିଳା ଜଣକ ପୋଲିସ ଜେରାରେ କହିଛନ୍ତି ।   

Leave a Reply