ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପଥର ମାଡ଼ କଲେ ଯୁବତୀ

ଭୁବନେଶ୍ୱର: ରାଜମହଲ ଛକରେ ଯୁବତୀଙ୍କ ଉନ୍ମୁତ୍ତ କାଣ୍ଡ  ।  ରାଜରାସ୍ତାରେ ଯୁବକଙ୍କୁ ହେଲା ପଥର ମାଡ଼ । ଆଉ ଗୋଡେଇ ଗୋଡେଇ ପଥର ମାରିଲେ ଯୁବତୀ । ଏହି ଦୃଶ୍ୟକୁ ସମସ୍ତେ ଦେଖୁ ଥିଲେ ବି ଯୁବତୀଙ୍କୁ ରୋକିବାକୁ କେହି ବି ସାହସ କରି ନଥିଲେ । ଆଉ ଯୁବତୀ ଜଣଙ୍କ ପଥର ମାରିମାରି ଯୁବକଙ୍କୁ ଲହୁଲୁହାଣ କରିଦେଇଥିଲେ । ଟ୍ରାଫିକ ପୋଲିସର ଉପସ୍ଥିତିରେ ହିଁ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାରିଥିଲେ ଯୁବତୀ ।

ତେବେ ରାଜରାସ୍ତାରେ ଯୁବତୀଙ୍କ ଏଭଳି ଆଚରଣ କରିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି । ପଥର ମାଡରେ ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଯୁବତୀଙ୍କ ଭୟରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଦୌଡୁଥିବାର ଦେଖିବାକୁ ମିଳଥିଲା । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି ।

ଟ୍ରାଫିକ ପୋଲିସ ସୂଚନା ଦେବା ପରେ ଯେତେବେଳେ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଲା ତ ସେତେବେଳକୁ ଯୁବତୀ ଜଣଙ୍କ ସେଠାରୁ କେଉଁଆଡ଼େ ଦୌଡ଼ି ପଳାଇଥିଲେ । ତେବେ ଯୁବତୀ ଜଣଙ୍କ ମୋ ବସରେ ଯାଉଥିବା ବେଳେ କିଛି ଅପ୍ରିତୀକର ପରିସ୍ଥିତି ଉପୁଜିଥିଲା ଯେଉଁଥିପାଇଁ ସେ ବସ୍ ବାହାରୁ ଆସି ରାସ୍ତା ଉପରେ ଏମିତି କାଣ୍ଡ ଭିଆଇ ଥିବା ଅନୁମାନ କରାଯାଉଛି ।

Leave a Reply