spot_img

Latest Posts

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଯୋଡ଼ା: ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଅଭାବନୀୟ ଘଟଣା। ଭଡ଼ାଘର କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ ଶୁଭଶ୍ରୀ କର।

ସେ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ବନେଇକଳା ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ ଶୁଭଶ୍ରୀ। ସାଙ୍ଗଙ୍କ ସହ ନୂଆବର୍ଷ ସେଲିବ୍ରେସନ ପାଇଁ ଯାଇଥିଲେ ଶୁଭଶ୍ରୀ। ସେଠାରୁ ଘରକୁ ଫେରି କବାଟ ଖୋଲିନଥିଲେ। ଏନେଇ ପୋଲିସକୁ ସୂଚନା ଦେବାପରେ ଘରର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

Latest Posts

Don't Miss