ଜେଲରୁ ମୁକୁଳି ଆଇନ ପରୀକ୍ଷା ଦେଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ଜେଲରୁ ମୁକୁଳିଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି କହିଛନ୍ତି ଅର୍ଚ୍ଚନା । ପୂର୍ବରୁ ସ୍ବାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଜେଲରୁ ମୁକୁଳିବା ପରେ ଆଇନ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ ।

ଅକ୍ଟୋବର ୬ତାରିଖରେ ଅର୍ଚନାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ହନି ଟ୍ରାପ ଜରିଆରେ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଅର୍ଚନାଙ୍କ ବିରୁଦ୍ଧରେ ନୟାପଲି ଥାନା ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଖଗେଶ୍ୱର ନାଁରେ କୌଣସି ଅଭିଯୋଗ ନାହିଁ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।