ଭ୍ୟାକସିନ ଅଛି କିନ୍ତୁ ଭ୍ୟାକ୍ସିନେସନ ହେଲାନି, କାରଣ ଶୁଣି ଉତ୍ତେଜିତ ହେଲେ ଲୋକେ

ବାରିପଦା: ଟିକା ନେବା ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଲୋକେ  । ଭ୍ୟାକସିନ ନେବା ପାଇଁ ଟିକା କେନ୍ଦ୍ର ଆଗରେ ଭିଡ଼  । କିନ୍ତୁ ଠିକ ସମୟରେ ଟିକା ମିଳିଲାନି  । ଏହାର କାରଣ ଟିକା ଅଭାବ ନୁହେଁ ବଂର ସିରିଞ୍ଜ ଅଭାବ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ମୟୁରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  । ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖି  ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ।

ସେପଟେ ଦୂରଦୂରାନ୍ତରୁ ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ପାଇଁ କେନ୍ଦ୍ରରେ ସିରିଞ୍ଜ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଅନ୍ୟପଟେ ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କେଉଁଠି ଟିକା ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ପ୍ରଥମ ଥର ପାଇଁ ସିରିଞ୍ଜ ଅଭାବ ଭଳି ପରିସ୍ଥିତି ଦେଖିବାକୁ ମିଳିଛି  ।

Leave a Reply