ଲଘୁଚାପ ବର୍ଷା ନେଇ ଚାଷୀ ମନରେ ଉତ୍ସାହ, ହେଲେ ଚାଷ ପାଇଁ ଠିକ୍ ଭାବେ ମିଳୁନି ‌ସାର

ଗଜପତି: ଗଜପତି ଜିଲ୍ଲାରେ ସାର ଅଭାବ । ସୋସାଇଟିରେ ମିଳୁନି ସାର । ହତାସ ଜିଲ୍ଲାର ଚାଷୀ । ଫାଇଦା ଉଠାଉଛନ୍ତି ବ୍ୟବସାୟୀ । ଜିଲ୍ଲାରେ ପ୍ରାୟ ୪୨ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି । ଲକଡାଉନ, ସଟଡାଉନ୍ ଓ ଅନିୟମିତ ବର୍ଷା ଯୋଗୁଁ ଚାଷ ବିଳମ୍ବ ହୋଇଛି । ଏବେ ଲଘୁଚାପ ଯୋଗୁଁ ବର୍ଷା ହୋଇଛି । ଫଳରେ ଚାଷୀ ମନରେ ଉତ୍ସାହ ଖେଳିଛି । ଜିଲ୍ଲାରେ ଧାନରୁଆ ପ୍ରାୟ ସରିଥିଲେ ସୁଦ୍ଧା ସାରର କୁତ୍ରିମ ଅଭାବ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଉଚିତ ସମୟରେ ସାର ଓ ଔଷଧ ନମିଳିଲେ ଚାଷକାର୍ଯ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ସୋସାଇଟି କର୍ମଚାରୀ ଓ ବ୍ୟବସାୟୀ ଜାଣିଶୁଣି ସାର କଳାବଜାରୀ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଜିଲ୍ଲା କୃଷି ଅଧିକାରୀଙ୍କ କହିବା କଥା, ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆବଶ୍ୟକ ପରିମାଣର ସାର ସମସ୍ତ ସୋସାଇଟିକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ସୋସାଇଟିରେ ସାର ନମିଳିବାରୁ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ବିଭିନ୍ନ ସ୍ଥାନରୁ ଚଢା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

Leave a Reply