ବଲାଙ୍ଗିରରେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିରରେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କୁ ରାଜ୍ୟ ବାହାରକୁ ପଠାଇବା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା କୁର୍‌ଲା ଗାଁ ପାଖରେ ଜଣେ ଦଲାଲ ଲୁଚାଇ ରଖିଥିଲା । ଖବର ପାଇ ପୋଲିସ ଏମାନଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ୪୪ଜଣ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ଶିଶୁ, ୧୨ଜଣ ମହିଳା ଓ ୨୧ଜଣ ପୁରୁଷ ଥିବା ଜଣାପଡ଼ିଛି । ଏହି ଶ୍ରମିକମାନଙ୍କ ଘର କଣ୍ଟାବାଞ୍ଜି ଅଞ୍ଚଳରେ । ବର୍ତ୍ତମାନ ସେମାନଙ୍କୁ ଆଶ୍ରୟ ଗୃହରେ ରଖାଯାଇଛି । ଦାଦନ ଦଲାଲ ମୁକେଶ ସରାଫ୍‌ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଶ୍ରମ ବିଭାଗ ଅଧିକାରୀ ପହଞ୍ଚିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟ କରକରା କହିଛନ୍ତି ।

Leave a Reply