ଶ୍ରମିକରୁ ସଫଳ ଚାଷୀ, ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

1 min read

ସୁନ୍ଦରଗଡ଼: ଶ୍ରମିକରୁ ସଫଳ ଚାଷୀ । ଦିନଥିଲା ବାହାର ରାଜ୍ଯରେ ରହି କାମ କରୁଥିଲେ । ଏବେ ଚାଷ କରି ସ୍ବାବଲମ୍ବୀ  ସୁନ୍ଦରଗଡ ତୁରୁଙ୍ଗାଗଡର ଅନନ୍ତ ମାଝୀ। ୮ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରି ହେଉଛି ଭଲ ରୋଜଗାର।ବାର୍ଷିକ ୮ ଲକ୍ଷ ଟଙ୍କା ରୋଜଗାର  ହେଉଛି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସଫଳତା ପାଦ ଛୁଏଁ । ଦାଦନ ଶ୍ରମିକରୁ ସଫଳ ଚାଷୀ । ସୁନ୍ଦରଗଡ ଜିଲ୍ଲା ତୁରୁଙ୍ଗାଗଡ ଗାଁର ଅନନ୍ତ ମାଝୀ ଚାଷ କରି ସ୍ଵାବଲମ୍ବୀ । ପ୍ରଥମେ ୧ ଏକର ୬୬ ଜେସିମିଲ ଜମିରେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ । ପରେ ୮ ଏକର ଜମିରେ ୩୫୦ ଆମ୍ବଗଛ ସହ କଦଳୀ, ମାଛ, ଟମାଟୋ , ବାଇଗଣ , ଗାଜର ,ବିଟ୍ ସହ ସମସ୍ତ ପନିପରିବାର ଚାଷ କରି ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ନିଜେ ରୋଜଗାର କ୍ଷମ ହେବା ସହ ୫ଜଣଙ୍କୁ ଦେଇଛନ୍ତି ରୋଜଗାର । ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ଜରିଆରେ ଆଦିବାସୀ ଉନ୍ନୟନ ସଂସ୍ଥା , ବନ ବିଭାଗର ଓଏଫଡିସି -୨ ତରଫରୁ ଅନନ୍ତଙ୍କୁ ଚାଷ ପାଇଁ ତାଲିମ ଦିଆଯାଉଛି । ଏହା ସହ ତାଙ୍କୁ ବଜାର ସହିତ ସଂଯୋଗୀକରଣ ମଧ୍ୟ କରାଯାଇଛି । ଉତ୍ପାଦିତ ସମସ୍ତ ସାମଗ୍ରୀର ବଜାରରେ ଭଲ ଚାହିଦା ରହିଛି ।