ମୋ ସରକାରରେ ସାମିଲ ହେଲା ଶ୍ରମ ବିଭାଗ

ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଶ୍ରମ ବିଭାଗ । ବିଭାଗର ଶ୍ରମ କମିଶନ ଅଫିସ, ଫ୍ୟାକ୍ଟ୍ରି ବୟଲର ନିର୍ଦ୍ଦେଶାଳୟ ଏବଂ ଇଏସ୍‌ଆଇ ନିର୍ଦ୍ଦେଶାଳୟ । ଏସବୁ ଅଫିସ୍‌ ଅଧୀନରେ ଥିବା ୩୨ଟି ଜିଲ୍ଲାର ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଓ ଫ୍ୟାକ୍ଟ୍ରି ଆଣ୍ଡ ବୟଲର ନିର୍ଦ୍ଦେଶାଳୟ ଅଧୀନସ୍ଥ ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୪ଟି ଇଏସ୍‌ଆଇ ଡାକ୍ତରଖାନା ମଧ୍ୟ ମୋ ସରକାରରେ ସାମିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ୫ ସେବାକୁ ସାମିଲ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,  ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

୨୦୨୦ ଜାନୁଆରୀରୁ ଶ୍ରମ ବିଭାଗରେ ଲାଗୁ ହେବ ମୋ ସରକାର, ଦାଦନ ରୋକିବାକୁ ହେବ ବଡ଼ ଘୋଷଣା

Leave a Reply