ପାରାଦୀପରେ ମୋବାଇଲ୍ ନେଲା ଜୀବନ

1 min read

ପାରାଦୀପ : ମୋବାଇଲ୍ ଆଣିଲା ମୃତ୍ୟୁ । ଚାର୍ଜରେ ବସିଥିବା ମୋବାଇଲରେ ଦେଖୁଥିଲେ ଭିଡିଓ, ଚାଲିଗଲା ଜୀବନ।  ଜଗତସିଂହପୁରର ପାରାଦୀପରେ ମୋବାଇଲ୍ ଫାଟିଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥି୍ବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ରଣପୁର ଗାଁର ମୁନା ପ୍ରଧାନ ପାରାଦୀପରେ ଟ୍ରକ୍ ମାଲିକ ସଂଘର ଏକ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ ୨ ମାସ ଧରି ମୁନା ଏଠାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ଖିଆପିଆ ସାରି ସେ ସଂଘ କୋଠାର ଉପର ମହଲାରେ ଶୋଇଥିଲେ । ମାତ୍ର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ସହଯୋଗୀ ।

ମୁନାଙ୍କ ହାତ, ମୁଁହ ଓ ଛାତି ପୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ତାଙ୍କ ପାଖରେ ଶୋଇଥିବା ଆଉ ୨ ସହଯୋଗୀ ପ୍ରବଳ ଧୂଆଁ ଦେଖି ଉଠିପଡ଼ିଥିଲେ । ପରେ ମୁନାଙ୍କର ମୃତ୍ୟୁ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ । ମୁନ୍ନା ମୋବାଇଲକୁ ଚାର୍ଜରେ ବସାଇ ନେଟ୍ ଅନ୍ କରି ମୋବାଇଲେ ଦେଖୁଥିଲେ ବୋଲି ସହଯୋଗୀ କହିଛନ୍ତି । ସେଥିରୁ କିଛି ଅଘଟଣ ଘଟି ଧୂଆଁ ବାହାରିଥିବା ଅଭିଯୋଗ ହୋଇଛି । ଏ ଘଟଣା ସଂପର୍କରେ ପାରାଦୀପ ପୋଲିସକୁ ଖବର ଦିଆଯିବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ପୋଲିସ ଘଟଣାର ତଦନ୍ତ କରୁଛି । ')}

Leave a Reply