ଲଟେରୀ ବଦଳାଇଦେଲା ଶ୍ରମିକଙ୍କ ଭାଗ୍ୟ, ପାଇଲେ ୮୦ ଲକ୍ଷ ଟଙ୍କା

ଥିରୁବନ୍ତପୁରମ୍: ମାତ୍ର ୪୦ ଟଙ୍କାର ଲଟେରୀ ଜଣେ ଶ୍ରମିକଙ୍କ ଭାଗ୍ୟ ବଦଳାଇ ଦେଇଛି । ଏଭଳି ଘଟଣା ଘଟିଛି କେରଳରେ । କେରଳ ସରକାରଙ୍କ ପକ୍ଷରୁ ବାହାର କରାଯାଉଥିବା ସାପ୍ତାହିକ କାରୁଣ୍ୟ ପ୍ଲସ୍ ଲଟେରୀରେ ପଶ୍ଚିମବଙ୍ଗର ଶ୍ରମିକ ପ୍ରତିଭା ମଣ୍ଡଳ ୮୦ ଲକ୍ଷ ଟଙ୍କାର ଜିତିଛନ୍ତି ।

ପ୍ରତିଭା ଜଣେ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ସେ ଥିରୁବନ୍ତପୁରମରେ କନଷ୍ଟ୍ରକସନ୍ କାମ କରୁଥିଲା । ନିକଟରେ ସେ ୪୦ ଟଙ୍କାର ଲଟେରୀ ଟିକେଟ୍ କାଟି ଥିବା ବେଳେ ସୗେଭାଗ୍ୟବଶତଃ ୮୦ ଲକ୍ଷ ଟଙ୍କା ଲଟେରୀ ଜିତିଥିଲେ । ଅଚାନକ ଏତେ ଟଙ୍କା ପାଇ ସେ ଖୁସି ହେଉଥିବା ବେଳେ ଏତେ ଟଙ୍କାକୁ କେଉଁଠି ରଖିବେ ସେନେଇ ଚିନ୍ତାରେ ପଡିଛନ୍ତି । କାରଣ ତାଙ୍କର କୗେଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ।

ଏଭଳି ଚିନ୍ତା କରି କରି ପ୍ରତିଭା ପୁଜାପୁରା ଥାନା ଯାଇ ପୋଲିସକୁ ନିଜ ସୁରକ୍ଷା ମାଗିଛନ୍ତି । ଯାହା ପରେ ପୋଲିସ ପୁଜାପୁରା କେନରା ବ୍ୟାଙ୍କ ଅଧିକାରୀଙ୍କୁ ଥାନାକୁ ଡାକି ପ୍ରତିଭାଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥିଲେ । ଏଥିସହିତ ତାଙ୍କର ସମସ୍ତ ଲଟେରୀ ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରାଇଥିଲେ ।

ସୂଚନା ଅନୁସାରେ କାରୁଣ୍ୟ ପ୍ଲସ୍ ଲଟେରୀରେ ପ୍ରଥମ ବିଜେତାଙ୍କୁ  ୮୦ ଲକ୍ଷ ମିଳୁଥିବା ବେଳେ ୨ୟ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥାଏ । ଏହା ପରେ ୮ ହଜାର ଟଙ୍କା କନସୋଲେସନ୍ ପ୍ରାଇଜ ମଧ୍ୟ ଦିଆଯାଇଥାଏ ।

Leave a Reply