୧୦ ଟଙ୍କିଆ ନୋଟରେ ପ୍ରେମିକାର ମେସେଜ: ମୋତେ ନେଇଯାଅ, ୨୬ରେ ମୋ ବାହାଘର
2 min readନୂଆଦିଲ୍ଲୀ: ବିଶ୍ୱରେ ଭିନ୍ନ ଭିନ୍ନ ଲୋକ ଅଛନ୍ତି ଏବଂ ସେମାନଙ୍କ ଚାଲିଚଳଣି ମଧ୍ୟ ଭିନ୍ନ । କେହି କେହି ତ ଏଭଳି ଅଜବ କାମ କରି ବସନ୍ତି ଯାହା ଲୋକଙ୍କ କଳ୍ପନା ବାହାରେ ଥାଏ । ଆପଣଙ୍କୁ ୧୦ ଟଙ୍କିଆ ନୋଟ୍ ଉପରେ ବେଓ୍ୱଫା ସୋନମର ମେସେଜ ଭାଇରାଲ ଘଟଣା ହୁଏତ ମନେଥିବ । ଏବେ ଠିକ୍ ସେହିଭଳି ଏକ ଘଟଣା ପୁନର୍ବାର ସାମ୍ନାକୁ ଆସିଛି । ଏଥର କିନ୍ତୁ ସୋନମ ନୁହଁନ୍ତି ବରଂ ପ୍ରେମିକାର ନାଁ ହେଉଛି କୁସୁମ । କୁସୁମ ପ୍ରେମପତ୍ର ଲେଖିଛନ୍ତି ପ୍ରେମିକ ବିଶାଲକୁ, ତାହା ମଧ୍ୟ ୧୦ ଟଙ୍କିଆ ନୋଟ୍ ଉପରେ । ଏହି ଖବର ଟ୍ୱିଟରରେ ଖୁବ୍ ଭାଇରାଲ ହେଉଛି ।
Pata chale 26 April ko 10 vishal pohch gaye kusum ko bhagane ? https://t.co/0aPHyMjozM
— Jeera_Rice (@Jeera_Rice) April 19, 2022
Twitter show your power… 26th April ke Pehle kusum ka Yeh message vishal tak pahuchana hai.. Doh pyaar karne wale ko milana hai.. Please amplify n tag all vishal you know.. ? pic.twitter.com/NFbJP7DiUK
— Crime Master Gogo ?? (@vipul2777) April 18, 2022

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ନୋଟରେ ପ୍ରେମିକା ତା ପ୍ରେମିକାକୁ ଲେଖିଛି ଚିଠି । ସେଥିରେ ଲେଖାଅଛିଯେ, ମୋ ବାହାଘର ଠିକ୍ ହୋଇ ଯାଇଛି, ତୁମେ ଆସି ମୋତେ ନେଇଯାଅ । ବାସ୍ କଥା ସେତିକି, ହେଲେ ଘଟଣା ଭାଇରାଲ । ଲୋକେ ଏହାକୁ ନେଇ ମଜାଦାର ପ୍ରତିକ୍ରିୟା ସବୁ ଦେଉଛନ୍ତି । ଏବେ କୁସୁମ ଏବଂ ବିଶାଲଙ୍କ ସାକ୍ଷାତ ହେଲା କି ନାହିଁ ଜଣାନାହିଁ, କିନ୍ତୁ ଏହାକୁ ନେଇ ଲୋକଙ୍କ ମସ୍ତିଷ୍କ ଅଧିକ କାମ କରୁଛି ।
Twitter show your power… 26th April ke Pehle kusum ka Yeh message vishal tak pahuchana hai.. Doh pyaar karne wale ko milana hai.. Please amplify n tag all vishal you know.. ? pic.twitter.com/NFbJP7DiUK
— Crime Master Gogo ?? (@vipul2777) April 18, 2022
ତେବେ ପ୍ରତିକ୍ରିୟାରେ ଜଣେ ୟୁଜର ଲେଖିଛନ୍ତିଯେ, ଟ୍ୱିଟର ତୁମେ କମାଲ ଦେଖାଅ । ୨୬ ଏପ୍ରିଲ ପୂର୍ବରୁ କୁସୁମର ଏହି ମେସେଜ୍ ବିଶାଳ ପର୍ଯ୍ୟନ୍ତ ପହଞ୍ଚାଇଦିଅ ।