କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଭକ୍ତ ନଆସିବାକୁ ଜୁନା ଆଖାଡ଼ା ମହାମଣ୍ଡଳେଶ୍ୱରଙ୍କ ନିବେଦନ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କୁମ୍ଭ ମେଳା ଚିନ୍ତାକୁ ବଢାଇ ଦେଇଛି । କୁମ୍ଭମେଳାରୁ ଶହ ଶହ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହାମଧ୍ୟରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଥ ସମାଜକୁ କୁମ୍ଭମେଳା ପ୍ରତିକାତ୍ମକ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲକୁ ଗ୍ରହଣ କରି ଜୁନା ଆଖାଡା ମହାମଣ୍ଡେଳଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ଭକ୍ତଙ୍କୁ ଅଧିକ ସଂଖ୍ୟାରେ କୁମ୍ଭ ସ୍ନାନ ପାଇଁ ଆସନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି । ସମୟ ପୂର୍ବରୁ କୁମ୍ଭ ମେଳା ସମାପ୍ତିର ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ସେ ଜୁନା ଆଖାଡା ମହାମଣ୍ଡେଳଶ୍ୱର ସ୍ୱାମୀ ଅବଧେଶାନନ୍ଦଙ୍କ ସହ ଫୋନରେ କଥା ହୋଇଛନ୍ତି । ମୁଁ ପ୍ରାର୍ଥନା କରିଥିଲେ ଯେ, ଦୁଇଟି ଶାହି ସ୍ନାନ ସରିଯାଇଛି । ଏବେ କରୋନା ସଂକଟ କାରଣରୁ କୁମ୍ଭକୁ କେବଳ ପ୍ରତିକାତ୍ମକ ରଖାଯାଉ । ଫଳରେ କରୋନା ବିରୋଧୀ ଲଢେଇକୁ ବଳ ମିଳିବ ।
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ସ୍ୱାମୀ ଅବଧେଶାନନ୍ଦ ଭକ୍ତଙ୍କୁ ଅଧିକ ସଂଖ୍ୟାରେ କୁମ୍ଭ ସ୍ନାନ କରିବାକୁ ନଆସିବା ପାଇଁ ଅପିଲ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ମାନନୀୟ ପ୍ରଧାନନ୍ତ୍ରୀଙ୍କ ଆହ୍ୱାନକୁ ଆମେ ସମ୍ମାନ କରୁଛୁ । ଜୀବନ ରକ୍ଷା ପୂଣ୍ୟ କର୍ମ । ମୋର ଧର୍ମପରାୟଣ ଜନତାଙ୍କୁ ଆଗ୍ରହ ଯେ, କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ଭକ୍ତ କୁମ୍ଭମେଳାକୁ ନଆସନ୍ତୁ ।

Leave a Reply