କୁମାରସ୍ୱାମୀଙ୍କୁ କରୋନା, ମେଡିକାଲରେ ମିଳୁନି ବେଡ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏବଂ ତାଙ୍କ ପୁଅ ନିଖିଲ କୁମାର ସ୍ୱାମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ କୁମାର ସ୍ୱାମୀଙ୍କୁ ସେହି ଡାକ୍ତରଖାନାରେ ବେଡ୍ ମିଳିଲା ନାହିଁ ଯେଉଁଠି ସେ ଆଡମିଟ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଡାକ୍ତରଖାନାରେ ବେଡ ଖାଲି ନଥିବାରୁ ଏଭଳି ପରିସ୍ଥି ହୋଇଥିବା ସୂଚନା ରହିଛି ।

କରୋନା ସଂକ୍ରମଣ ହେବା ପରେ କୁମାର ସ୍ୱାମୀ ଟ୍ୱିଟ କରି ଅପିଲ କରିଥିଲେ ଯେ, ବିଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତି ମାନେ ନିଜର କରୋନା ଟେଷ୍ଟ କରିନିଅନ୍ତୁ । କୁମାର ସ୍ୱାମୀ କିଛି ଦିନ ହେବ ବାସବକଲ୍ୟାଣ ଠାରେ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରୁଥିଲେ । ବାସବ କଲ୍ୟାଣ ବିଧାନସଭା ଆସନ ପାଇଁ ଶନିବାର ଉପନିର୍ବାଚନ ସମାପ୍ତ ହୋଇଛି । କୁମାର ସ୍ୱାମୀ ମାର୍ଚ୍ଚ ୨୩ ଚାରିଖରେ କୋଭିଡ ୧୯ର ପ୍ରଥମ ଡୋଟ ଟିକା ନେଇଥିଲେ ।

Leave a Reply