କୁମାର ବିଶ୍ୱାସଙ୍କ ଅଭିଯୋଗ: କ୍ଷମତା ପାଇଁ କିଛି ବି କରିପାରନ୍ତି କେଜ୍ରିୱାଲ୍

1 min read
Kumar Vishwas Said Delhi CM Arvind Kejriwal Is Khalistani Supporter

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଅଛି । ପ୍ରଚାର ପାଇଁ ଜି-ଜାନ୍ ଲଗାଇ ଦେଇଛନ୍ତି ବିଜେପି, କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ । ନିର୍ବାଚନ ମାହୋଲ୍ ସରଗରମ ଥିବା ବେଳେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ ଖଲିସ୍ତାନ ସମର୍ଥକ କହିଛନ୍ତି କୁମାର ବିଶ୍ୱାସ । ଏପରିକି କ୍ଷମତା ପାଇଁ କେଜ୍ରିୱାଲ ଯେ କୌଣସି ସ୍ତରକୁ ଯାଇ ପାରନ୍ତି ବୋଲି କୁମାର ବିଶ୍ୱାସ କହିଛନ୍ତି ।

କୁମାର ବିଶ୍ୱାସ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସବୁବେଳେ ଖଲିସ୍ତାନ ସମର୍ଥନରେ ରହିଛନ୍ତି । ମୁଁ ଯେତେବେଳେ ତାଙ୍କ ସହ ଥିଲି ତ ସେ ତାଙ୍କ ଯୋଜନା ବିଷୟରେ କହୁଥିଲେ । ଦିନେ ସେ ମୋତେ କହିଥିଲେ, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ଅଥବା ସ୍ୱାଧୀନର ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି ।

ଏହାପୂର୍ବରୁ କେଜ୍ରିୱାଲ୍ ବିଚ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତି ନାହିଁ ବୋଲି କହିଥିଲେ କୁମାର ବିଶ୍ୱାସ । ପଞ୍ଜାବର ୧୧୭ ବିଧାନସଭା ଆସନ ଲାଗି ଫେବ୍ରୁଆରୀ ୨୦ରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ପୂର୍ବରୁ ପଞ୍ଜାବ ପାଇଁ ମାଗଣା ବିଦ୍ୟୁତ୍, ପାଣି ଓ ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦେବାକୁ କେଜ୍ରିୱାଲ୍ ଘୋଷଣା କରିଛନ୍ତି । କୁମାର ବିଶ୍ୱାସଙ୍କ ଏଭଳି ମନ୍ତବ୍ୟକୁ ମନଗଢ଼ା ଓ ମିଥ୍ୟା ବୋଲି କହିଛି ଦଳ ।

Leave a Reply