ସେମିଫାଇନାଲ ପୂର୍ବରୁ କୁଲଦୀପଙ୍କ ପ୍ରତିକ୍ରିୟା, କହିଲେ ଆମେ ଘରକୁ ଆଣିବୁ ଟ୍ରଫି

1 min read

ନନ୍ଦିଘୋଷ ବ୍ୟୁରୋ : ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଯାଉଛି ସେମିଫାଇନାଲ । ଟି-୨୦ ବିଶ୍ବକପର ପ୍ରଥମ ଟି-୨୦ରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବାକୁ ଯାଉଥିବାବେଳେ କ୍ରିକେଟ ପଣ୍ଡିତମାନେ ନିଜ ନିଜର ମତ ରଖୁଛନ୍ତି । କିଏ କହୁଛି ଭାରତ ନିଶ୍ଚିତ ଜିତିବ ତ ଆଉ କିଏ ଇଂଲଣ୍ଡ ସପକ୍ଷରେ ଯୁକ୍ତି ବାଢ଼ଛି । ତେବେ ସେମିଫାଇନାଲ ପୂର୍ବରଚୁ ପ୍ରେସମିଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି କି, ଆମେ ଆମର ଭଲ ପ୍ରଦର୍ଶନ ଜାରି ରଖିଛୁ । ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଭଲ ହେବ । ଆମେ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବୁ । ତେବେ ରୋହିତଙ୍କଠାରୁ ଦୁଇ ପାଦ ଆଗରେ ରହିଛନ୍ତି କୁଲଦୀପ । ସେ କହିଛନ୍ତି କି, ଆମେ ଟି-୨୦ ବିଶ୍ବକପ ଜିତିବୁ । ଟ୍ରଫି ଘରକୁ ଆଣିବୁ ବୋଲି ସିଧାସଳଖ କହିଛନ୍ତି । ଆମେ ଭଲ ପ୍ରଦର୍ଶନ କରୁଛୁ ଟ୍ରଫି ଜିତିବୁ ବୋଲି ଦୃଢ଼ୋକ୍ତି ସହ କହିଛନ୍ତି । ତେବେ କୁଲଦୀପଙ୍କ ଏହି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି ।