ଫର୍ମୂଲା-ଇ ରେସିଂ ସ୍କାମ ମାମଲା: ଦୁର୍ନୀତି ନିବାରଣ ବ୍ୟୁରୋରେ ହାଜର ହେଲେ କେଟି ରାମାରାଓ

1 min read

ନନ୍ଦିଘୋଷ ବ୍ୟୁରୋ: ଫର୍ମୂଲା-ଇ ରେସିଂ ସ୍କାମ ମାମଲା । ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ହାଜର ହେଲେ ଭାରତ ରାଷ୍ଟ୍ର ସମିତ ନେତା କେ.ଟି.ରାମାରାଓ। ଦାୟର ହୋଇଥିବା ଏଫଆଇଆର ରଦ୍ଦ ଲାଗି ତେଲଙ୍ଗାନା ହାଇକୋର୍ଟରେ ଦାୟର ପିଟିସନ ସଂକ୍ରାନ୍ତ ରାୟ ଆସିବା ଯାଏ ଅପେକ୍ଷା କରିବାକୁ ରାମାରାଓ କହିଥିଲେ ବି ହାଜର ହେବା ଲାଗି ନୋଟିସ ଜାରି ହୋଇଥିଲା। ସେପଟେ ଫର୍ମୂଲା-ଇ ରେସିଂର ଆୟୋଜନ କରିଥିବା ଫାର୍ମ ଇଲେକ୍ଟ୍ରୋରାଲ ବଣ୍ଡ ଆକାରରେ ବିଆରଏସକୁ ବିପୁଳ ଅର୍ଥ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।ତେଣେ ଦୁର୍ନୀତି ନିବାରଣ ବ୍ୟୁରୋ ବା ଏଟିଏସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଥିଲେ କେଟିଆର। ସେ କହିଥିଲେ, ପୂର୍ବତନ ବିଆରଏସ ବିଧାୟକ ପତନମ ନରେନ୍ଦ୍ର ରେଡ୍ଡୀଙ୍କ ନାମରେ ମାମଲା ରୁଜୁ ପରି ତାଙ୍କ ବିରୋଧରେ ବି ମାମଲା ରୁଜୁ ଲାଗି ଯୋଜନା କରୁଛି ଏଟିଏସ । ଏହା ସହ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଅଯୋଧ୍ୟା ରେଡ୍ଡୀ କହିଥିଲେ, ବିଆରଏସର ଲାଭ ଲାଗି ଫର୍ମୂଲା-ଇ ରେସିଂ ଆୟୋଜିତ ହୋଇଥିଲା । ଗ୍ରୀନକୋ ଓ ଏହାର ସହଯୋଗୀ ସଂସ୍ଥାଗୁଡିକ ବିଆରଏସକୁ ୪୧ଟି ବଣ୍ଡରେ ଡୋନେସନ ଦେଇଥିଲେ। ରେସିଂର ଆୟୋଜନ ହେବା ପ୍ରସ୍ତାବ ଦିନରୁ ଗ୍ରୀନକୋ ଇଲେକ୍ଟ୍ରୋରାଲ ବଣ୍ଡ କିଣିବା ଆରମ୍ଭ କରିଥିଲା । ୮ ଏପ୍ରିଲ ଓ ୧୦ ଅକ୍ଟୋବର ୨୦୨୨ରେ ଏହି ବଣ୍ଡ କ୍ରୟ କରାଯାଇଥିଲା । ବଣ୍ଡ ଜରିଆରେ ବିଆରଏସକୁ ଗ୍ରୀନକୋ ୪୯ କୋଟି ଟଙ୍କା ଦେଇଥିଲା । ସେହିପରି କଂଗ୍ରେସକୁ ବି ବଣ୍ଡ ଜରିଆରେ କିଛି ଟଙ୍କା ଯାଇଥିବା ସୂଚନା ମିଳିଛି ।