NCB ଟାର୍ଗେଟରେ ବଲିଉଡ: ଗିରଫ ହେଲେ ଧର୍ମା ପ୍ରଡକସନର ଏକ୍ସ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ୍ ମାମଲାରେ ପଚରାଉଚରା ଓ ଗିରଫଦାରୀ ଜାରି ରହିଛି । ଡ୍ରଗ୍ସ ଲିଙ୍କରେ ବଡ଼ ବଡ଼ ସେଲିବ୍ରିଟିଙ୍କ ନାମ ଆସିବା ପରେ ସେମାନଙ୍କୁ ଜେରା ଉପରେ ଜେରା କରାଯାଉଛି । ଜେରା ପରେ ଅଧିକ ପ୍ରମାଣ ମିଳିଲେ ଗିରଫ କରାଯାଉଛି । ଶନିବାର ମୁମ୍ବାଇର ଏନସିବି ଟିମ ବଲିଉଡ ସହ ଜଡିତ ଥିବା କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି । ଧର୍ମା ପ୍ରଡକସନରେ କ୍ଷିତିଜ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ଥିଲେ । ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା କ୍ରମାଗତ ଭାବରେ ପଚରାଉଚରା କରାଯାଇଥିଲା । ଏବଂ ବର୍ତ୍ତମାନ କ୍ଷିତିଜଙ୍କୁ ଗିରଫ କରାଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା । ଅଭିଯୋଗ ହୋଇଛି ଯେ କ୍ଷିତିଜ ଜଣେ ଡ୍ରଗ୍ ଡିଲରଙ୍କଠାରୁ ଡ୍ରଗ୍ସ ନେଉଥିଲେ ।

ସୂଚନା ଅନୁଯାୟୀ, ଏନ୍‌ସିବି ପାଖରେ ଏକ ଫଟୋ ହସ୍ତଗତ ହୋଇଥିଲା । ଯେଉଁଥିରେ ଧର୍ମା ପ୍ରଡକସନର ଏକ୍ସ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦ ଜଣେ ଡ୍ରଗ୍ ବେପାରୀଙ୍କ ସହ ଠିଆ ହୋଇଥିବା ଦେଖାଯାଇଥିଲା । ଡ୍ରଗ୍ସ ମାମଲାରେ ଲିଙ୍କ ଏହି ଚିତ୍ରକୁ କ୍ଷିତିଜ ପ୍ରସାଦଙ୍କ ବିରୋଧରେ ସବୁଠାରୁ ବଡ ପ୍ରମାଣ ଭାବରେ ନିଆଯାଇଛି । ତେବେ ଏହି ଡ୍ରଗ୍ ବେପାରୀଙ୍କ ନାମ ହେଉଛି ଅଙ୍କୁଷ ଅରେଞ୍ଜା । ଏନସିବି କେବଳ ପଚରାଉଚରା ଏବଂ ପ୍ରମାଣ ପାଇବା ପରେ କ୍ଷିତଜଙ୍କୁ ଗିରଫ କରିଛି । ନିକଟରେ ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଥିଲା । ତେବେ କ୍ଷିତିଜଙ୍କ ଘରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ କିମ୍ବା ପାର୍ଟି ମୁମ୍ବାଇ କିମ୍ବା ଦିଲ୍ଲୀରେ ଡ୍ରଗ୍ ବେପାରୀଙ୍କୁ ରୋଜଗାର ଦେଉଥିଲା । କାରଣ ତାଙ୍କ ଘରେ ହେଉଥିବା ପାର୍ଟିରେ ବ୍ୟବହାର ହେଉଥିଲା ବିପୁର ପରିମାଣର ଡ୍ରଗ୍ସ । କ୍ଷିତଜ ପ୍ରସାଦ କରଣ ଜୋହରଙ୍କ ଅତି ନିକଟତର ବୋଲି ଜଣାପଡ଼ିଛି ।

Leave a Reply