ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା ଜିତିଲେ ମିସ୍ ଓ୍ବାର୍ଲ୍ଡ ୨୦୨୪ ମୁକୁଟ

1 min read

ମୁମ୍ବାଇ: ୨୦୨୪ ମିଓ୍ ଓ୍ବାର୍ଲ୍ଡ ବିଜୟିନୀ ହୋଇଛନ୍ତି ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା । ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ଆୟୋଜିତ ୭୧ତମ ସଂସ୍କରଣ ମିସ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଠି ଏହି ମୁକୁଟ ହାତେଇଛନ୍ତି ୨୪ ବର୍ଷୀୟା କ୍ରିଷ୍ଟିନା । କ୍ରିଷ୍ଟିନାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ଗତବର୍ଷର ମିସ୍ ୱାର୍ଲଡ ବିଜେତା କାରୋଲିନା ବିଲାୱସ୍କା ।

୧୧୫ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ହାତେଇଛନ୍ତି କ୍ରିଷ୍ଟିନା । କ୍ରିଷ୍ଟିନା ଏକା ସଙ୍ଗରେ ଜଣେ ଛାତ୍ରୀ ଏବଂ ଅନ୍ତରାଷ୍ଟ୍ରୀୟ ମଡେଲ । ସେ ଉଭୟ ଆଇନ୍ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରୀ କରୁଛନ୍ତି । ଏହାସହ ମଡେଲିଂ ଓ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । କ୍ରିଷ୍ଟିନା ପାଇସ୍କୋଭା ଫାଉଣ୍ଡେସନ ନାଁରେ ତାଙ୍କର ଏକ ସଂସ୍ଥା ରହିଛି, ଯାହା ମାଧ୍ୟମରେ ସେ ସମାଜସେବା କରିଥାନ୍ତି । ୨୮ ବର୍ଷ ବ୍ୟବଧାନରେ ଭାରତରେ ପୁଣି ମିସ୍ ୱାର୍ଲଡ୍ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏହା ପୂର୍ବରୁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲଡ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମିସ୍ ୱାର୍ଲଡ୍ ୨୦୨୪ରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ ।