ଉତ୍ତମ ସେବା ପାଇଁ ଜାତିସଂଘ ପକ୍ଷରୁ କ୍ରୁଟକୁ ସମ୍ମାନିତ

1 min read

ଭୁବନେଶ୍ୱର: କ୍ରୁଟକୁ ଆଉଏକ ଅନ୍ତର୍ଜାତୀୟ ପୁରସ୍କାର । ଉତ୍ତମ ସେବା ପାଇଁ ଜାତିସଂଘ ପକ୍ଷରୁ କ୍ରୁଟକୁ ସମ୍ମାନିତ କରାଯାଇଛି । ଆଜି ଓ୍ବାଲ୍ଡ ହାବିଟାଟ୍ ଡେ ଅବସରରେ ଜାତିସଂଘ ପକ୍ଷରୁ ପୁରସ୍କୃତ କରାଯାଇଛି । ହାବିଟାଟ ସ୍କ୍ରଲ୍ ଅଫ୍ ଅନର ଆଓ୍ବାର୍ଡ-୨୦୨୨ରେ କ୍ରୁଟକୁ ସମ୍ମାନିତ କରାଯାଇଛି । ତୁର୍କୀର ବାଲିକେସିରଠାରେ ଆୟୋଜିତ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

ମୋ ବସ୍ ଜରିଆରେ କ୍ରୁଟ୍ ସୁବ୍ୟବସ୍ଥିତ ପରିବହନ ସେବା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ପରିବହନ ସେବାରେ ଟ୍ରାନ୍ସଜେଣ୍ଡର, ଭିନ୍ନକ୍ଷମଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସୁରକ୍ଷା ଦେଉଛି କ୍ରୁଟ୍ । ବରିବେଶ ପ୍ରଦୂଷଣ ରୋକିବାକୁ ଇ-ବସର ପ୍ରଚଳନ କରାଯାଇଛି । ମହିଳା, ବରିଷ୍ଠଙ୍କ ପାଇଁ ଏଥିରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଭୁବନେଶ୍ବର ବ୍ୟତୀତ କଟକ, ପୁରୀ, କୋଣାର୍କକୁ ପରିବହନ ସେବା ଯୋଗାଇଛି କ୍ରୁଟ୍ । ଏଥିପାଇଁ ପୂର୍ବରୁ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି ।