ମାମୁଁ ଭଣଜାଙ୍କ ଝଗଡ଼ାରେ ମୁଁ ଫସି ଯାଇଛି, କହିଲେ ଗୋବିନ୍ଦାଙ୍କ ଭାଣେଜି

ମୁମ୍ବାଇ: କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ବା ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ବର୍ଷ ବର୍ଷ ଧରି ଚାଲି ଆସୁଛି ।  ଗୋଟିଏ ପଟେ କୃଷ୍ଣା ତାଙ୍କ ମାମୁଁ ଏବଂ ମାଇଁଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେଉନଥିବା ବେଳେ ତାଙ୍କ ପତ୍ନି କିନ୍ତୁ ପୂରା ଓଲଟା ପ୍ରତିକ୍ରିୟା ଦେଖାନ୍ତି ।  କୃଷ୍ଣାଙ୍କ ପତ୍ନି କଶ୍ମୀରା ଶାହ ଗୋବିନ୍ଦାଙ୍କ ପତ୍ନି ସୁନିତାଙ୍କୁ ଟାର୍ଗେଟ କରିବାର ସୁଯୋଗ କେବେ ମଧ୍ୟ ହାତଛଡ଼ା କରନ୍ତି ନାହିଁ ।  ଅନ୍ୟପଟେ କୃଷ୍ଣାଙ୍କ ଭଳି ଗୋବିନ୍ଦା ମଧ୍ୟ ଏହି ମାମଲାରେ ଚୁପ୍‌ ରୁହନ୍ତି । ସୁନିତା ମଧ୍ୟ କୃଷ୍ଣାଙ୍କ ପରିବାରକୁ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ।

ଏହି ବିବାଦକୁ ନେଇ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।  ଆରତୀଙ୍କ କହିବା ଅନୁସାରେ  ଦୁଇ ପରିବାର ମଧ୍ୟରେ ହୋଇଥିବା ବିବାଦ ପରିଣାମ ତାଙ୍କୁ ଭୋଗିବାକୁ ପଡ଼ୁଛି । ଦୁଇ ପରିବାର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେବେ ଭାଇ କୃଷ୍ଣା ଏବଂ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଅନେକ ଥର ଚେଷ୍ଟା କରିଥିବା କହିଛନ୍ତି ଆରତୀ । ଯଦିଓ କୃଷ୍ଣାଙ୍କ ସହିତ ସେ କଥା ହୋଇଛନ୍ତି ତଥାପି ମାମୁଁ ଗୋବିନ୍ଦା କେବଳ କୃଷ୍ଣାଙ୍କୁ କ୍ଷମା ଦେବା ବାକି ଅଛି । ଉଭୟ ପରସ୍ପରକୁ କିଛି ନା କିଛି କହିଛନ୍ତି ।   ତେବେ ଖୁବଶୀଘ୍ର ବିବାଦରେ ପୂର୍ଣ୍ଣଛେଦ ପଡ଼ି ପୁଣିଥରେ ସମ୍ପର୍କ ଗଢ଼ିଉଠୁ ବୋଲି ଆରତୀ ଆଶା ରଖିଛନ୍ତି ।

ନିକଟ ଅତୀତରେ ସୁନିତା ଏବଂ କଶ୍ମୀରା ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିବା ନଜର ଆସିଥିଲା । ଯେଉଁଥରେ କଶ୍ମୀରା ସୁନିତାଙ୍କୁ ଚିହ୍ନିନଥିବା କହିଥିବା ବେଳେ  ସୁନିତା କଶ୍ମୀରାଙ୍କୁ ଭଲ ବୋହୁ ନୁହେଁ ବୋଲି କହିଥିଲେ । ଏହା ସହିତ ଏଭଳି ବୋହୁ ଘରକୁ ଆସିଲେ ଘରର ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ ବୋଲି କହିଥିଲେ ସୁନିତା ।

ସେ ଯାହା ହେଉ । ଦୁଇ ପରିବାର ଏକାଠି ହୋଇଯାନ୍ତୁ ଏବଂ କୃଷ୍ଣା ଏବଂ ଗୋବିନ୍ଦାଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁ, ଏହା ଫ୍ୟାନ୍ସଙ୍କ ଇଛା ।

Leave a Reply