ଜାନୁଆରୀ ୨୦ରୁ ‘କୃଷି ଓଡ଼ିଶା ୨୦୨୦’

1 min read

ଭୁବନେଶ୍ୱର: ଜାନୁଆରୀ ୨୦ରୁ ‘କୃଷି ଓଡ଼ିଶା-2020’ । ଜାନୁଆରୀ ୨୦ରୁ ୨୪ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । କୃଷିର ଗୁରୁତ୍ୱ ଏବଂ କୃଷକଙ୍କ  ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୈାଶଳ ପ୍ରୟୋଗ ପାଇଁ ଲକ୍ଷ୍ୟ ଥିବା କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଚଳିତବର୍ଷ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଯୋଗଦେବେ । କୃଷି ଓଡ଼ିଶା ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ଅଗ୍ରଣୀ ଚାଷୀମାନେ ଯୋଗଦେବେ । ଜାନୁୟାରୀ ୨୪ ତାରିଖରେ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply