ଉପକୃତ ହେବେ ଚାଷୀ, କୃଷି ମେଳା କାର୍ଯ୍ୟକ୍ରମରେ କରାଯିବ ସଚେତନ
1 min readଭୁବନେଶ୍ବର: ଏ ବର୍ଷ ୫୮ଟି ସବଡ଼ିଭିଜନରେ କୃଷି ମେଳା ଅନୁଷ୍ଠିତ ହେବ । କୃଷକଙ୍କ ଚାଷ ଖର୍ଚ୍ଚ କେମିତି କମିବ ସେ ଦିଗରେ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ଚାଷରେ ଖର୍ଚ୍ଚ କମ ହେଲେ ଚାଷୀଙ୍କୁ ଲାଭ ହେବ । ୫ଟି ଇନିସିଏଟିଭ ମାଧ୍ୟମରେ ଏ ସବୁ କାର୍ଯ୍ୟକ୍ରମ କରାଯାଇଛି।
ଗତବର୍ଷ ୯୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇଛି । ଏ ବର୍ଷ ଅଧିକ ବିକ୍ରି କରିବାକୁ ଯୋଜନା କରାଯାଇଛି । କୃଷି ଯନ୍ତ୍ରପାତି ବିକ୍ରୀରେ କୌଣସି ଦୁର୍ନୀତି ହୋଇ ନାହିଁ । ଏ ନେଇ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉକ୍ସଊାଦନ ବୃଦ୍ଧିର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉକ୍ସଊାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି ଯାନ୍ତ୍ରିକୀକରଣ ଏକ ପ୍ରମୁଖ ବିକଳ୍ପ । ତେଣୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର
ବ୍ୟବହାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି । ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ଆକର୍ଷଣୀୟ ରିହାତି ତଥା ସୁବିଧାରେ ଋଣ ଯୋଗାଇ ଦେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କୃଷି ଭବନଠାରେ ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତାମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଲେ ଯେ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହତି କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବ ଏବଂ ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୩-୨୪ ବର୍ଷରେ ରାଜ୍ୟରେ ୭୦ ହଜାରଟି କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଅଦ୍ୟାବଧି ୨୪,୬୯୩ ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ ୧୫୧.୨୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନଙ୍କ ପାଇଁ ‘ସଫଳ’ (ସିମ୍ପ୍ଲିଫାଏଡ୍ ଆପ୍ଲିକେସନ୍ ଫର ଏଗ୍ରିକଲଚରାଲ୍ ଲୋନ୍ସ) ଆପ୍ ପ୍ରଚଳନ କରାଯାଇଛି । ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା ୪୦ରୁ ୬୦ ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା ୭୫ ଭାଗ ରିହାତି ପ୍ରଦାନ କରାଯାଉଛି । ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି । କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଥିଲେ ।
କୃଷି ଯାନ୍ତ୍ରିକୀକରଣ ଫଳରେ ଓଡ଼ିଶାରେ କୃଷି କ୍ଷେତ୍ରରେ ୨୦୦୦-୦୧ ମସିହାରେ ବିଦ୍ୟୁତ ଶକ୍ତି ବ୍ୟବହାର ହେକଟର ପିଛା ୦.୬୨ କିଲୋୱାଟ୍ରୁ ବଦ୍ଧୃି ପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟ୍ରେ ପହଞ୍ଚିଛି । ଏହା ଦ୍ୱାରା କୃଷି ଉଦ୍ୟାନରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନରେ ଚାଷ କାମ ସମତାଳ ଓ ସମୟାନୁସାରେ ହୋଇପାରୁଛି । ବିଗତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ଏବଂ ଏହା ଅକେଫାବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ । ମେଳା ସମୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କୃଷି ଯନ୍ତ୍ରପାତି ଓ ଉପକରଣର ଦାମ ଓ ଏଥିରେ ମିଳୁଥିବା ରିହାତି ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ବିଗତ ପାଞ୍ଚବର୍ଷରେ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ମୋଟ ୧,୭୦,୨୯୬ ଗୋଟି କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ୧୦୦୫.୮୩୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ଟ୍ରାକଫର, ପାୱାର ଟିଲର, କମ୍ବାଇନ୍ ହାର୍ଭେଷ୍ଟର, ଧାନକଟା ଯନ୍ତ୍ର, ରୋଟାଭେଟର, ଧାନରୁଆ ଯନ୍ତ୍ର, ବହୁବିଧ ଶସ୍ୟ ଅମଳ ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର ଓ କ୍ଷୁଦ୍ର ଧାନକଳ ଆଦି ଅନ୍ତର୍ଭୁକ୍ତ ।ବୈଠକରେ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶତାଧିକ ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତା ଯୋଗଦେଇଥିଲେ ।