ରିୟାଙ୍କୁ ନେଇ KRKଙ୍କ ବୟାନ, ଭଗବାନ ତୁମ ଭଳି ଗର୍ଲଫ୍ରେଣ୍ଡ କାହାକୁ ନ ଦିଅନ୍ତୁ

1 min read

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ପ୍ରତ୍ୟେକ ଦିଗରୁ ଛାନଭିନ୍‌ କରୁଛି ସିବିଆଇ । ଆଜି ସିବିଆଇ ତଦନ୍ତର ଅଷ୍ଟମ ଦିନ । ଗତକାଲି ରିୟାଙ୍କ ଭାଇ ସୌଭିକକୁ ସିବିଆଇ ୧୪ ଘଣ୍ଟା ଧରି ପଚରାଉଚରା କରିଛି । ଅନ୍ୟପକ୍ଷରେ ଆଜି ରିୟାଙ୍କୁ ପଚରାଉଚରା କରୁଛି ସିବିଆଇ । ଗତକାଲି ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଇଡି ସମନ ପଠାଇଥିଲା । ଏହା ସହିତ ନିକଟରେ ରିୟାଙ୍କର କିଛି ହ୍ୱାଟ୍ସାଆପ ମେସେଜ ଭାଇରାଲ ହେଉଛି, ଯେଉଁଥିରେ ସେ ଡ୍ରଗ୍ସକୁ ନେଇ ଆଲୋଚନା କରିଥିବା ସାମ୍ନାକୁ ଆସିଛି । ଉକ୍ତ ଘଟଣା ସାମ୍ନାକୁ ଆସିବା ପରେ ଆଜି ରିୟା ଏବଂ ସୌଭିକକୁ ଏନସିବି ସମନ ପଠାଇପାରେ ।

ନିକଟରେ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ରିୟା କହିଛନ୍ତି କି ସେ ସୁଶାନ୍ତଙ୍କୁ ଖୁବ ଭଲ ପାଉଥିଲେ, ଏବଂ ବୋଧ ହୁଏ ଏହା ତାଙ୍କର ଭୁଲ । ରିୟାଙ୍କର ଏଭଳି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେ.ଆର.କେ ନାମରେ ପରିଚିତ ବଲିଉଡ ଅଭିନେତା କମାଲ ରାଶିଦ ଖାନ୍ । ସେ ଏହାକୁ ନେଇ ଟ୍ୱିଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

 

କେ.ଆର.କେ ଟ୍ୱିଟ କରି ଲେଖିଛନ୍ତି, ଯେ ରିୟା ଚକ୍ରବର୍ତ୍ତୀ କହିଲେ କି ମୁଁ ସୁଶାନ୍ତଙ୍କୁ ଖୁବ ଭଲ ପାଉଥିଲି । ମ୍ୟାଡାମ, ଭଗବାନ ଆପଣଙ୍କ ଭଳି ପ୍ରେମ କରୁଥିବା ଗର୍ଲଫ୍ରେଣ୍ଡ କାହାକୁ ନ ଦିଅନ୍ତୁ ।

ସୁଶାନ୍ତ ଏବଂ ନିଜ ସଂପର୍କକୁ ନେଇ ରିୟା କହିଛନ୍ତି କି ଯେତେବେଳେ ସୁଶାନ୍ତ ଏବଂ ମୋର ସାକ୍ଷାତ ହୋଇଥିଲା ସେ ମୋତେ ପ୍ରେମ ନିବେଦନ କରିଥିଲେ, କିନ୍ତୁ ଆଇ ଲଭ ୟୁ ଏକ ବଡ଼ ଶବ୍ଦ ଏବଂ ମୁଁ ଏତେ ଶୀଘ୍ର କହିପାରିବି ନାହିଁ ବୋଲି ସୁଶାନ୍ତୁଙ୍କୁ କହିଥିଲି । ଏଥିପାଇଁ ମୁଁ ତାଙ୍କୁ ମାସେ କିମ୍ବା ଦେଢ ମାସର ସମୟ ମାଗିଥିଲି । କିନ୍ତୁ ଆଜି ମୋ ସହିତ ଏବଂ ମୋ ପରିବାର ସହିତ ଯାହା ହେଉଛି ତାହା ଲଭ ୟୁ କହିଥିବାରୁ ହେଉଛି ବୋଲି ମୁଁ ଭାବୁଛି ।

Leave a Reply