ଅଭିନେତ୍ରୀ କ୍ରିତି ସାନନ୍ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ହେଲେ ଏନେଇ କ୍ରିତି କିଛି ସ୍ପଷ୍ଟ କରିନାହାଁନ୍ତି ।

ଖବର ଅନୁଯାୟୀ କ୍ରିତି ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଥିଲା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ନିକଟରେ କ୍ରିତି ବିମାନର ଏକ ଚିତ୍ର ଶେୟାର କରିଥିଲେ । ଯେଉଁଥିରେ ଲେଖିଥିଲେ, ସେ ଚଣ୍ଡିଗଡ଼ରେ ସିଡ୍ୟୁଲ୍ ପୂରା କରିବା ପରେ ଘରକୁ ଫେରୁଛନ୍ତି ବୋଲି। ଏୟାରପୋର୍ଟରେ କିଛି ଲୋକ ତାଙ୍କୁ ମାସ୍କ କାଢିବାକୁ କହିଥିବା ବେଳେ ସେ ଗୋଟେ ସେକେଣ୍ଡ ପାଇଁ ମାସ୍କ ଓହ୍ଲାଇବେନି ବୋଲି ମନା କରିଦେଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ ।

ନିକଟରେ ଅତୀତରେ ଅଭିନେତା ବରୁଣ ଧାୱନ, ନୀତୁ କପୁର, ମନୀଷ ପାଲ ଏବଂ ନିର୍ଦ୍ଦେଶକ ରାଜ ମେହେଟ୍ଟା ପ୍ରମୁଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମସ୍ତ କଳାକାର ଚଣ୍ଡିଗଡ଼ରେ ‘ଜୁଗ୍ ଜୁଗ୍ ଜିୟୋ’ ଫିଲ୍ମର ସୁଟିଂ କରୁଥିଲେ।

ହେଲେ ଏହି ଫିଲ୍ମରେ ଅଭିନୟ କରୁଥିବା ଅନିଲ୍ କପୁର ଓ କିଆରା ଆଡଭାନିଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିଥିଲା ।

Leave a Reply