ଜନ୍ମାଷ୍ଟମୀରେ ପାକିସ୍ତାନର କୃଷ୍ଣ ମନ୍ଦିରରେ ଭଙ୍ଗାରୁଜା, ଶ୍ରଦ୍ଧାଳୁଙ୍କୁ ଆକ୍ରମଣ

Krishna Temple Vandalised In Pakistan Sindh Province On Janmashtami

ସିନ୍ଧ: ପାକିସ୍ତାନର ସିନ୍ଧ ପ୍ରଦେଶର ସଂଘର ଜିଲ୍ଲାର ଖିପ୍ରୋରେ ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ବେଳେ ଭଙ୍ଗାରୁଜା ହୋଇଛି । କୃଷ୍ଣ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସୋମବାର ଦୁର୍ବୃତ୍ତ ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ବେଳେ ଏଭଳି ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପୋଲିସ କାହାରିକୁ ଗିରଫ କରିନାହିଁ ।

Krishna Temple Vandalised In Pakistan Sindh Province On Janmashtami

ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନୀ ସମାଜସେବୀ ୱକିଲ ରାହତ । ସୋସିଆଲ୍ ମିଡିଆରେ ମଧ୍ୟ ଏ ସମ୍ପର୍କିତ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଶ୍ରଦ୍ଧାଳୁଙ୍କୁ ମାଡ଼ ମରାଯାଉଥିବା ଦେଖାଯାଉଛି । ତେବେ ସିନ୍ଧ ପ୍ରଦେଶରେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନୂଆ କଥା ନୁହେଁ । ଚଳିତ ମାସ ଆରମ୍ଭରେ ଲାହୋର ଠାରୁ ୫୯୦ କିଲୋମିଟର ଦୂରରେ ଥିବା ରହିମ ୟାର ଖାନ ଜିଲ୍ଲାର ଭୋଙ୍ଗ ସହରରେ ସଂଖ୍ୟାଧିକ ଲୋକ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ।

Krishna Temple Vandalised In Pakistan Sindh Province On Janmashtami

ମାନବାଧିକାର ସଂସ୍ଥା ମୁଭମେଣ୍ଟ ଫର୍ ସଲିଡାରିଟି ଆଣ୍ଡ ପିସ୍ ଅନୁସାରେ, ପାକିସ୍ତାନରେ ପ୍ରତିବର୍ଷ ୧ ହଜାରରୁ ଅଧିକ ଇସାଇ, ହିନ୍ଦୁ ମହିଳା ଓ ଯୁବତୀଙ୍କୁ ଅପହରଣ କରାଯାଉଛି । ଯାହାପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରି ଇସଲାମିକ ରୀତିନୀତିରେ ନିକାହ (ବିବାହ) କରାଯାଉଛି । ଏଭଳି ଘଟଣାର ଶିକାର ହେଉଥିବା ଅଧିକାଂଶଙ୍କ ବୟସ ୧୨ରୁ ୨୫ ବର୍ଷ । ସୂଚନା ଅନୁସାରେ ପାକିସ୍ତାନରେ ପ୍ରାୟ ୭୫ ଲକ୍ଷ ହିନ୍ଦୁ ଅଛନ୍ତି । ସେଥିରୁ ସର୍ବାଧିକ ହିନ୍ଦୁ ସିନ୍ଧ ପ୍ରଦେଶରେ ରୁହନ୍ତି ।

Leave a Reply