ବ୍ୟାନ ହଟାଇଲା RBI: ଏଣିକି କ୍ରେଡିଟ କାର୍ଡ ଜାରି କରିପାରିବ କୋଟକ ମହିନ୍ଦ୍ରା ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଏକ ବଡ଼ ବ୍ୟାଙ୍କ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ମିଳିଛି ଏକ ବଡ଼ ଆଶ୍ବସ୍ତି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଉଠାଇ ଦେଇଛି । । ଏହାଫଳରେ ବ୍ୟାଙ୍କକୁ ଏବେ ବହୁତ ଫାଇଦା ମିଳିବ । ୯ ମାସରୁ ଅଧିକ ସମୟ ଧରି ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା ।  ବ୍ୟାନ ଲାଗିବା କାରଣରୁ ପୂର୍ବରୁ ବ୍ୟାଙ୍କର କାରବାର ପ୍ରଭାବିତ ହେଉଥିଲା । ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ କିଛି କାମ ସହଜରେ କରିପାରିବ । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟାକୁ ନେଇ ବ୍ୟାନ ଲଗାଇଥିଲା ଆରବିଆଇ । ଏହାଦ୍ବାରା ବ୍ୟାଙ୍କର ୮୧୧ ବ୍ୟାଙ୍କିଂ କାରବାର ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା । ଏବେ ବ୍ୟାଙ୍କ ନିଜର କାରବାରକୁ ବିସ୍ତାର କରିପାରିବ ।

ଆରବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲଗାଇବା ପରେ ସୁଧାରାତ୍ମକ କାମରେ ସନ୍ତୁଷ୍ଟ ହୋଇ ଉକ୍ତ ବ୍ୟାନ ହଟାଇ ଦେଇଛି । ଏହାପରେ ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ ପୁଣି ଥରେ କ୍ରେଡିଟ କାର୍ଡ ଜାରି କରିପାରିବ । ନିଜର ଡିଜିଟାଲ ମୋବାଇଲ ପ୍ଲାଟଫର୍ମ ୮୧୧ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ମଧ୍ୟ ଯୋଡ଼ି ପାରିବ । ଏଜେନ୍ସି ମୁତାବକ, ବ୍ୟାଙ୍କର ସୁଧାରାତ୍ମକ ଉପାୟରେ ସନ୍ତୁଷ୍ଟ ଥିବା ଆରବିଆଇ କହିଛି । ବ୍ୟାଙ୍କକୁ କ୍ରେଡିଟ କାର୍ଡ ଜାରି କରିବା ତଥା ଅନଲାଇନ ଓ ମୋବାଇଲ ବ୍ୟାଙ୍କିଂ ଚ୍ୟାନେଲ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ଯୋଡ଼ିବାର ଅନୁମତି ଦିଆଯାଇଛି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଏକ ବାହ୍ୟ ପରାମର୍ଶଦାତା ଠାରୁ ଥାର୍ଡ ପାର୍ଟି ଆଇଟି ଅଡିଟ କରୁଥିଲା । ଆରବିଆଇର ନିର୍ଦ୍ଦେଶ ଅନୁସାରେ ସୁଧାରାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା । ଏହାପରେ ବ୍ୟାନ ଲାଗିଥିଲା । ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳରେ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା । ସେ ସମୟରେ ଆରବିଆଇ ସୁପରଭାଇଜିଂ ନିୟମ ଅନୁସାରେ ଅନ୍ୟ କିଛି ସଂସ୍ଥା ଉପରେ କମର୍ସିଆଲ ବ୍ୟାନ ଲାଗିଥିଲା । ସେଥିମଧ୍ୟରେ ୨୦୨୨ରେ ପ୍ରାଇଭେଟ ସେକ୍ଟରର ସବୁଠାରୁ ବଡ଼ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ନାମ ସାମିଲ ରହିଥିଲା । ବ୍ୟାଙ୍କ ଉପରେର ୧୫ ମାସ ପର୍ଯ୍ୟନ୍ତ ବ୍ୟାନ ଲାଗିଥିଲା ।