କୋଟାରେ ଭୁଶୁଡ଼ିଲା ତିନି ମହଲା କୋଠା, ଦୁଇ ମୃତ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ କୋଟାରେ ବଡ଼ ଦୁର୍ଘଟଣା । ଭୁଶୁଡିଲା ୩ ମହଲା କୋଠା । କୋଠା ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । କୋଠାର ତଳ ମହଲାରେ ଏକ ରେଷ୍ଟୁରାଣ୍ଟ ଥିଲା । ଆହୁରି ଆନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଏନଡିଆରଏଫ ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ରାତିରେ ଜବାହାର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣାରେ ଅନେକ କୋଠା ତଳେ ଚାପି ହୋଇ ରହିଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଘଟଣାସ୍ଥଳରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି ।

