ଯୋଧପୁରରେ ବିଦେଶୀ ପର୍ଯ୍ୟଟକଙ୍କୁ ଅସଦାଚରଣ, ଯୁବକ ଗିରଫ

1 min read

ଯୋଧପୁର: ଦେଶ ନୁହେଁ ସାରା ବିଶ୍ୱରେ ରାଜସ୍ଥାନ ଯୋଧପୁର ତା’ର ସୌନ୍ଦର୍ଯ୍ୟତା ପାଇଁ ପରିଚିତ । ଏହାର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ପ୍ରତିବର୍ଷ ଏଠାକୁ ଆସନ୍ତି । କିନ୍ତୁ ଜଣେ ଯୁବକଙ୍କ କାରନାମା ପାଇଁ ହଟହଟା ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ ।

ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡ଼ିଓରେ ଦକ୍ଷିଣ କୋରିଆର ଜଣେ ଯୁବତୀ କ୍ୟାମେରାରେ ଯୋଧପୁରର ସୌନ୍ଦର୍ଯ୍ୟତାକୁ କଏଦ କରୁଥିବା ବେଳେ ଅଚାନକ ଜଣେ ଯୁବକ ତାଙ୍କ ପିଛା କରିବାରେ ଲାଗିଥିଲା । ଖାଲି ଏତିକି ନୁହେଁ ଯୁବତୀଙ୍କ ପିଛା କରିବା ସହ ଅଶ୍ଲୀଳ ଇଙ୍ଗିତ ମଧ୍ୟ କରୁଥିବା ନଜର ଆସିଛି । ଯାହାପରେ ମୋତେ ବଞ୍ଚାଅ, ମୋତେ ବଞ୍ଚାଅ ବୋଲି ପାଟି କରିଥିଲେ ବିଦେଶୀ ପର୍ଯ୍ୟଟକ ଜଣକ ।

ପରେ ଏହି ଭିଡ଼ିଓକୁ ସେ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ସହ ଯୋଧପୁର ପୋଲିସକୁ ଟ୍ୟାଗ୍ କରିଥିଲେ । ଯାହାପରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ପାଇଁ ତତ୍ପର ହୋଇଥିଲା ପୋଲିସ । ଏହି ଘଟଣା ଯୋଧପୁରର ପଚେଟିୟା ହିଲରେ ଘଟିଥିବା ଜଣାପଡିଛି।

ଦକ୍ଷିଣ କୋରିଆର ଏହି ଯୁବତୀ ଜଣକ ଜଣେ ବ୍ଲଗର। ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ସେହି ଯୁବକଙ୍କୁ କାବୁ କରିଛି । ତା’ ବିରୋଧରେ ଧାରା ୧୫୧ ଲାଗିଥିବା ବେଳେ ଯୁବକଙ୍କ ନାମ ଦୀପକ ବୋଲି ଜଣାପଡିଛି ।