ଯୋଧପୁରରେ ବିଦେଶୀ ପର୍ଯ୍ୟଟକଙ୍କୁ ଅସଦାଚରଣ, ଯୁବକ ଗିରଫ
1 min readଯୋଧପୁର: ଦେଶ ନୁହେଁ ସାରା ବିଶ୍ୱରେ ରାଜସ୍ଥାନ ଯୋଧପୁର ତା’ର ସୌନ୍ଦର୍ଯ୍ୟତା ପାଇଁ ପରିଚିତ । ଏହାର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ପ୍ରତିବର୍ଷ ଏଠାକୁ ଆସନ୍ତି । କିନ୍ତୁ ଜଣେ ଯୁବକଙ୍କ କାରନାମା ପାଇଁ ହଟହଟା ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ ।
ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡ଼ିଓରେ ଦକ୍ଷିଣ କୋରିଆର ଜଣେ ଯୁବତୀ କ୍ୟାମେରାରେ ଯୋଧପୁରର ସୌନ୍ଦର୍ଯ୍ୟତାକୁ କଏଦ କରୁଥିବା ବେଳେ ଅଚାନକ ଜଣେ ଯୁବକ ତାଙ୍କ ପିଛା କରିବାରେ ଲାଗିଥିଲା । ଖାଲି ଏତିକି ନୁହେଁ ଯୁବତୀଙ୍କ ପିଛା କରିବା ସହ ଅଶ୍ଲୀଳ ଇଙ୍ଗିତ ମଧ୍ୟ କରୁଥିବା ନଜର ଆସିଛି । ଯାହାପରେ ମୋତେ ବଞ୍ଚାଅ, ମୋତେ ବଞ୍ଚାଅ ବୋଲି ପାଟି କରିଥିଲେ ବିଦେଶୀ ପର୍ଯ୍ୟଟକ ଜଣକ ।
अतिथि सत्कार वाला राजस्थान!!
लेकिन जोधपुर में कोरिया की पर्यटक साथ छेङछाङ!!
एक विदेशी युवती ने सोशल मीडिया पर पोस्ट डाला था कि जोधपुर में एक शख्स ने उसके साथ अश्लील हरकत की है। उसे गिरफ्तार कर लिया – डॉ अमृता दुहन, डीसीपी, जोधपुर पूर्व @CP_Jodhpur @ashokgehlot51 @PoliceRajasthan pic.twitter.com/WhXaPwi648— Doonger Singh (@dsrajpurohit291) April 18, 2023
ପରେ ଏହି ଭିଡ଼ିଓକୁ ସେ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ସହ ଯୋଧପୁର ପୋଲିସକୁ ଟ୍ୟାଗ୍ କରିଥିଲେ । ଯାହାପରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ପାଇଁ ତତ୍ପର ହୋଇଥିଲା ପୋଲିସ । ଏହି ଘଟଣା ଯୋଧପୁରର ପଚେଟିୟା ହିଲରେ ଘଟିଥିବା ଜଣାପଡିଛି।
ଦକ୍ଷିଣ କୋରିଆର ଏହି ଯୁବତୀ ଜଣକ ଜଣେ ବ୍ଲଗର। ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ସେହି ଯୁବକଙ୍କୁ କାବୁ କରିଛି । ତା’ ବିରୋଧରେ ଧାରା ୧୫୧ ଲାଗିଥିବା ବେଳେ ଯୁବକଙ୍କ ନାମ ଦୀପକ ବୋଲି ଜଣାପଡିଛି ।
Rajasthan | A woman foreign tourist blogger had put up a post on her social media that a man had sexually harassed her in Jodhpur. Taking cognizance of this information, we identified the man and arrested him: Dr Amrita Duhan, DCP, Jodhpur East pic.twitter.com/DTAYNXLbeg
— ANI MP/CG/Rajasthan (@ANI_MP_CG_RJ) April 18, 2023