ଲାଞ୍ଚୁଆ ଅଧିକାରୀଙ୍କୁ 5T ଛାଟ… ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର
1 min read
କୋରାପୁଟ: ଲାଞ୍ଚୁଆ ଅଧିକାରୀଙ୍କୁ ୫-ଟି ଛାଟ । ନିଲମ୍ବିତ ହେଲେ କୋରାପୁଟ ଜିଲ୍ଲା ନନ୍ଦପୁରର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଏକ ବକେୟା ବିଲ୍ କରିବାକୁ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ପରେ ଘଟଣାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।
ଗତ ସେପ୍ଟେମ୍ବର ୨୦ରେ ୯ ଲକ୍ଷ ୪୭ ହଜାର ଟଙ୍କାର ଛତୁଆ ବିଲ ଓ ଏସଏଚଜି ଗ୍ରୁପର ପୁନଃ ଚୁକ୍ତିନାମା ପାଇଁ ସେ ଲାଞ୍ଚ ଦାବି କରିଥିଲେ । ଘଟଣା ନେଇ ଜୟପୁର ଭିଜିଲାନ୍ସ ଠାରେ ଅଭିଯୋଗ ପରେ ୮ଜଣିଆ ଟିମ୍ ନନ୍ଦପୁର ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିବା ସହ ସେମେଳିଗୁଡ଼ା ଓ ଡୁମୁରିପୁଟରେ ଏକକାଳୀନ ଚଢାଉ କରିଥିଲା । ତେବେ ପୂର୍ବରୁ ମଧ୍ୟ ୨୦୧୬ରେ ସିଗ୍ଧାରାଣୀଙ୍କ ନାଁରେ ଭିଜିଲାନ୍ସ ମାମଲା ଥିବା ସୂଚନା ମିଳିଛି ।