spot_img

Latest Posts

କୋରାପୁଟ ଜିଲ୍ଲା ସୁଙ୍କି ଅଞ୍ଚଳରେ ମାଓ କ୍ୟାମ୍ପ ଠାବ

କୋରାପୁଟ: କୋରାପୁଟ ସୁଙ୍କି ଅଂଚଳରେ ମାଓ କ୍ଯାମ୍ପ ଠାବ। ସୁରକ୍ଷାକର୍ମୀଙ୍କ ଚଢାଉରେ ଗୋଟିଏ ଦେଶୀ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ନିର୍ମିତ ଲାଗି ଅନ୍ୟ ସାମଗ୍ରୀ ଜବତ। ଦେଶୀ ବନ୍ଦୁକ ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଓ ବିଏସଏଫର ମିଳିତ ଟିମ୍ ରେଡ କରିଥିଲା। ସୁଙ୍କି ଥାନା ଅନ୍ତର୍ଗତ ଅଳଶୀ ଗାଁ ନିକଟରେ ରେଡ୍ ବେଳେ ଦୁଇ ସନ୍ଦିଗ୍ଧଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା। ତେବେ ଘଟଣାସ୍ଥଳରୁ ଆନ୍ଧ୍ର ସୀମା ଦେଇ ଖସିଯିବାରେ ସଫଳ ହୋଇଥିଲେ ଦୁଇ ସନ୍ଦିଗ୍ଧ। ମାଓ ଗତିବିଧି ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଚଢାଉରେ ଗୋଟିଏ ଦେଶୀ ବନ୍ଧୁକ, ମୋବାଇଲ ଫୋନ, ହାତୁଡି, ଲୁହାକଣ୍ଟା, ଷ୍ଟିଲ ପ୍ଲେଟ,ପ୍ଲାୟର, ବନ୍ଧୁକ ଟ୍ରିଗର ସାମଗ୍ରୀ, ଛୁରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମିୀ। ଏହି ସମସ୍ତ ସାମଗ୍ରୀକୁ ଜବତ କରିବା ସହ କମ୍ବିଂକୁ ଜୋରଦାର କରିଛି ପୋଲିସ। ଏହି ଅଂଚଳରେ ଦେଶୀ ବନ୍ଧୁକ କାରଖାନା ଚଳାଇଥିବା ସନ୍ଦେହରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Latest Posts

Don't Miss