ଅଟକାଇପାରିଲେନି ବାପା, ଚାହୁଁ ଚୁାହୁଁ ଡେଇଁ ପଡ଼ିଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲା ପୁଅ । ପଛରେ ଆସି ମଧ୍ୟ ପୁଅକୁ ଅଟକାଇପାରିଲେନାହିଁ ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସୁନାବେଡ଼ା ଜାତୀୟ ରାଜପଥ ଟିମ୍ଭର ବ୍ରିଜ ନିକଟରେ । ଜଳ ଭଣ୍ଡାରକୁ ଡେଇଁ ନିଖୋଜ ଯୁବକ କୋରାପୁଟ ଜାନିଗୁଡ଼ାର ମଦନ ଜାନି । ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ସିମିଳିଗୁଡ଼ା ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ସୁନାବେଡ଼ା ପୋଲିସ ଉପସ୍ଥିତ । ମଦନ ହାଲରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ସେ ସ୍କୁଟି ଯୋଗେ ଚିକାପାରରୁ ଫେରୁଥିଲେ । ପୁଅ ପଛେ ପଛେ ବାପା ଏକ ବାଇକ ଯୋଗ ପୁଅକୁ ବଞ୍ଚେଇବାକୁ ଯାଉଥିଲେ । ବାପା ପୁଅକୁ ଅଟକେଇବା ପୂର୍ବରୁ ପୁଅ ମଦନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ । ଯୁବକ ଜଣକ ଜଳଭଣ୍ଡାରକୁ ଡେଇଁବାର୍ କାରଣ ଅସ୍ପଷ୍ଟ ।