ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ
ନନ୍ଦିଘୋଷ ବ୍ୟୁରୋ: କୋରାପୁଟ ଜିଲ୍ଲା ଜଲାପୁଟ ଡ୍ୟାମ ଉପର ମୁହାଣରେ ଅଘଟଣ । ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ । ଦେଶୀ ଡଙ୍ଗାରେ ୩ଜଣ ଯୁବକ ଯାଉଥିବାବେଳେ ଡ଼ଙ୍ଗାଟି ବୁଡି ଯାଇଥିଲା । ଘଟଣା ସ୍ଥଳରେ ଜଳାପୁଟ ପୋଲିସ ସହ ସ୍ଥାନୀୟ ଲୋକେ ଡ୍ୟାମ ମୁହାଣ ରେ ଖୋଜାଖୋଜି କରିବା ସହ ଜଣକୁ ଉଦ୍ଧାର କରିଛନ୍ତି । ୩ଜଣ ନବମ ଶ୍ରେଣୀ ଛାତ୍ର ସନ୍ଧ୍ୟା ସମୟରେ ଏକ ବାଇକ୍ ଯୋଗେ ଜଲାପୁଟ ଡ୍ୟାମ ଉପର ମୁହାଣରେ ଯାଇ ନଦୀ ଘାଟରେ ଥିବା ଏକ ଦେଶୀ ଡଙ୍ଗାରେ ବୁଲି ଯାଇଥିଲେ । ତେବେ ଡଙ୍ଗାଟି ଡ୍ଯାମରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।