spot_img

Latest Posts

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା, କହିଲେ ଆମ ସୀମା ଭିତରେ ହୋଇନି ନିର୍ବାଚନ

ଜୟପୁର: ଓଡ଼ିଶା ସୀମାରେ ପଞ୍ଚାୟତ ନିର୍ବାଚନ କରିନି ଆନ୍ଧ୍ର। ଆନ୍ଧ୍ରପ୍ରଦେଶ ସୀମାରେ ହିଁ ହୋଇଛି ନିର୍ବାଚନ। ଓଡ଼ିଶା ନୁହେଁ, କେବଳ ଆନ୍ଧ୍ରପ୍ରଦେଶର ଲୋକମାନେ ଦେଇଛନ୍ତି ଭୋଟ୍। କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର। ଜିଲ୍ଲାପାଳଙ୍କ କହିବା ଅନୁସାରେ ଆନ୍ଧ୍ର ଯେଉଁ ନିର୍ବାଚନ କରିଛି ତାହା ଓଡ଼ିଶା ସୀମାରେ ଆସୁନାହିଁ। କୋଟିଆ ହେଉଛି ଓଡ଼ିଶାର ଅଭିନ୍ନ ଅଙ୍ଗ। ଏଠାରେ ଆଉ କାହାର ପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ଓଡ଼ିଶା ବ୍ୟତୀତ ଅନ୍ୟ କେହି କୋଟିଆରେ ଉନ୍ନୟନ କାମ କରିପାରିବେ ନାହିଁ।

ଏପରିକି ଆନ୍ଧ୍ରର ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଆଗକୁ କୋଟିଆରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ ରାଜସ୍ୱ ସଚିବ ଓ ଆରଡିସି କୋଟିଆ ଯାଇ ସ୍ଥିତି ସମୀକ୍ଷା କରିଥିଲେ। କୋଟିଆରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଅନ୍ୟପଟେ କୋରାପୁଟ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହ କମିଟି ପକ୍ଷରୁ ବୈଠକ ଡକାଯାଇ ସ୍ପଟ୍ ଭିଜିଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଥିଲେ।

Latest Posts

Don't Miss