ବିଏସ୍‌ଏଫ୍ ପକ୍ଷରୁ ବିକ୍ରମ ଦେବ କଲେଜରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ ଡଗ୍ ଶୋ’

koraput-bsf-dog-show

କୋରାପୁଟ: ଆଜାଦି କା ଅମୃତ ମହୋତ୍ସବ ଅବସରରେ ୨୬ ଏପ୍ରିଲ ୨୦୨୨ରେ  ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) କୋରାପୁଟ ଶାଖା ପକ୍ଷରୁ ବିକ୍ରମ ଦେବ କଲେଜରେ ଏକ ଡଗ୍ ଶୋ’ ଅନୁଷ୍ଠିତ ହୋଇଥିଲା । ଏହା ସହିତ ସୀମା ସୁରକ୍ଷା ବଳ ଦ୍ୱାରା ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣ ସବୁ ପ୍ରଦର୍ଶିତ ହୋଇଥିଲା ।

ଏହି ଅବସରରେ ବିଏସ୍ଏଫ୍ ଛୋଟ ହତିଆର ମଧ୍ୟରେ ହ୍ୟାଣ୍ଡ ଗ୍ରେନେଡ୍ ସହିତ ଅସାଲ୍ଟ ରାଇଫଲ୍, ୟୁବିଜିଏଲ୍ (ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍), ମୋର୍ଟାର, ଲାଇଟ୍ ମେସିନ୍ ଗନ, ମିଡିୟମ୍ ମେସିନ୍ ଗନ୍, ହ୍ୟାଣ୍ଡ ହୋଲ୍ଡ ମେଟାଲ ସହିତ ବିଭିନ୍ନ ହତିଆର ପ୍ରଦର୍ଶିତ କରାଯାଇଥିଲା । ଥର୍ମାଲ ଇଭେଜିଂ ଡିଭାଇଜ୍, ନାଇଟ୍ ଭିଜନ ଉପକରଣ ବିଷୟରେ କଲେଜ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ସହିତ ଡଗ୍ ଶୋ’ ଆୟାେଜିତ ହୋଇଥିଲା । ଏଥିରେ ବିଏସ୍ଏଫ୍‌ ଯବାନମାନେ କୁକୁରଙ୍କୁ ବ୍ୟବହାର କରି ଦେଶ ସୁରକ୍ଷାକୁ କିଭଳି ସୁନିଶ୍ଚିତ କରୁଛନ୍ତି ତାହା ଅବଗତ କରାଇଥିଲେ ।

ମଦନ ଲାଲ ଆଇଜି ବିଏସ୍ଏଫ୍ (କୋରାପୁଟ), ଅଜୟ କୁମାର କମାଣ୍ଡାଣ୍ଟ, ୧୫୧ ବାଟାଲିୟନ୍ ବିଏସ୍ଏଫ୍, କର୍ଣ୍ଣନ ନବୀନ ପାରାଶର, ୧ ଓଡ଼ିଶା ଇନ୍‌ଫେଣ୍ଟ୍ରି କମ୍ପାନୀଙ୍କ ସହିତ ବିକ୍ରମ ଦେବ କଲେଜ ଅଧ୍ୟକ୍ଷ ଗୋପାଳ ହଲଦର ଏବଂ ଅନ୍ୟ କଲେଜ କର୍ମଚାରୀ ଉପସ୍ଥିତ ଥିଲେ ।

ଆଇଜି ଛାତ୍ରଙ୍କ ସହ କଥାବାର୍ତ୍ତା ସମୟରେ ପ୍ରଯୁକ୍ତି ବିଦ୍ୟା, ଆଧୁନିକ କୌଶଳ ଦ୍ୱାରା କିଭଳି ଅସ୍ତ୍ରଶସ୍ତ୍ର ବିକଶିତ ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ । ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଛାତ୍ରଛାତ୍ରୀଙ୍କ ମଧ୍ୟ ଦେଶମାତୃକାର ଭାବନାକୁ ଉଜାଗର କରିବା ସହ ବିଏସ୍‌ଏଫରେ ଯୋଗଦେବା ନେଇ ଉତ୍ସାହିତ କରିବାକୁ ଚାହୁଁଛି ବିଏସ୍ଏଫ୍ ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହେବା ସହ ବିଏସ୍ଏଫ୍ ଓ ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ଜାଣିବାର ଜିଜ୍ଞାସା ପ୍ରକଟ କରିଥିଲେ ।