କୋରାପୁଟ ବିଜେପିରେ କଳି

କୋରାପୁଟ: ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି କୋରାପୁଟ ବିଜେପି କଳି । ସମ୍ବର୍ଦ୍ଧନା ମଞ୍ଚରେ ପ୍ରାର୍ଥୀ ଓ ଆଶାୟୀ ମୁହାଁମୁହିଁ । ଦଳୀୟ ଟିକେଟକୁ ନେଇ ବିଜେପି ପ୍ରାର୍ଥୀ ରଘୁରାମ ମାଛ ଓ ଆଶାୟୀ ଭାଗିରଥି ପାଟନିଆ ହାତାହାତି ହୋଇଛନ୍ତି । କୋରାପୁଟ ଶିବ ମନ୍ଦିରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଦଳୀୟ ଟିକେଟକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ଭାଗିରଥି ପାଟନିଆଙ୍କ ଅଭିଯୋଗ ଅନୁସାରେ, ଦୀର୍ଘବର୍ଷ ଧରି ସେ ସଂଗଠନ କରିଆସୁଛନ୍ତି । କିନ୍ତୁ ଦଳ ତାଙ୍କ ବଦଳରେ ଆମଦାନୀ ନେତାଙ୍କୁ ଟିକେଟ ଦେଇଛି । ଉଭୟ ନେତାଙ୍କ ମଧ୍ଯରେ ଦୀର୍ଘସମୟ ଧରି କଥାକଟାକଟି ହୋଇଥିଲା । ଏକ ସଭାରେ ଦୁଇ ନେତାଙ୍କ ବିବାଦ ଦଳୀୟ କନ୍ଦଳକୁ ପଦାରେ ପକାଇଛି ।