କୋରାପୁଟ ଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା, ଜଣେ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା । ଖମ୍ବେଶ୍ୱରୀ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।