ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି କୋଣାର୍କ

କୋଣାର୍କ: ଜମୁଛି କୋଣାର୍କ ମହୋତ୍ସବ । ଆଜି ଚତୁର୍ଥ ସଂଧ୍ୟାରେ କଥକ ଓ ଓଡିଶୀ ନୃତ୍ୟ ପରିବେଷିତ ହେବ । ଗତକାଲି ମହୋତ୍ସବର ତୃତୀୟ ସନ୍ଧ୍ୟାରେ କୁଚିପୁଡି ଓ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ବେଙ୍ଗଳୁରୁର ନୃତ୍ୟାନ୍ତର ଅନୁଷ୍ଠାନ ଦ୍ଵାରା ଓଡିଶୀ ଶୈଳୀରେ ଈଶ୍ଵରୀ ନୃତ୍ୟାଭିନୟ, ମହ୍ଲାରପଲ୍ଲବୀ, କାଳିଦାସଙ୍କ ଋତୁ ସଂହାରରେ ବର୍ଣ୍ଣିତ ବର୍ଷା ଅଭିସାର ଓ ହରିସ୍ମରଣ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ପରେ ଚେନ୍ନାଇର କଳା ସମର୍ପଣ ଅନୁଷ୍ଠାନ ଦ୍ଵାରା କୁଚିପୁଡି ଶୈଳୀରେ ଶିବଲୀଳା, କ୍ଷୀର ସାଗର ମନ୍ଥନମ ଓ ଆନନ୍ଦ ତାଣ୍ଡବମ ପରିବେଷିତ ହୋଇଥିଲା । କୋଭିଡ କଟକଣା ମଧ୍ୟରେ କୋଣାର୍କ ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ । ତୃତୀୟ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରୀଷ୍ନନ ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଅତିଥିଭାବେ ଯୋଗ ଦେଇଥିଲେ।

Leave a Reply