କୋଣାର୍କ : ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ପାଖରେ ଥିବା ଏକ ଭଡା ଘରୁ ମହିଳାଙ୍କ ମୃତଦେହ ମିଳିଛି । ମୃତ ମହିଳାଙ୍କ ଜଣକ ହେଲେ ଝିଲ୍ଲୀ ସାହୁ । ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ଜଣାପଡ଼ିନାହିଁ । କିଛି ମାସ ହେବ ଦମ୍ପତି ୨ ଜଣ ଅସ୍ତରଙ୍ଗ ଅଂଚଳରେ ଏକ ଭଡା ଘରେ ରହି ଟିଫିନ ସେଣ୍ଟର କରିଥିଲେ । ଅନେକ ସମୟରେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ପୋଲିସ ମହିଳାଙ୍କ ମୃତଦେହକୁ ଜବତ କରିଛି । ଏହା ସହ ଝିଲ୍ଲୀଙ୍କ ସ୍ୱାମୀକୁ ଅସ୍ତରଙ୍ଗ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୁରୀ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ପଡିବ ।

