ତୁଳୀରେ ପୁରାଣ ଏବଂ ଐତିହ୍ୟର ଗାଥା

କୋଣାର୍କ: ମହିଳା କରୁଛନ୍ତି ସୁନ୍ଦର ସୁନ୍ଦର ପଟ୍ଟଚିତ୍ର , ପୁରାଣରୁ ଐତିହ୍ୟ, ସାତ ରଙ୍ଗରେ ଜୀବନ ପାଇଛି ଶିଳ୍ପୀର କଳ୍ପନା । ଶାଢି ହେଉ କିମ୍ବା ଡ୍ରେସ ପଟ୍ଟଚିତ୍ର କରି ବଜାରରେ ବିକ୍ରି କରି ସ୍ବାବଲମ୍ବୀ ହୋଇଛନ୍ତି ନିମାପଡାର ମହିଳା ସୌଦାମିନୀ । ଚାଲିଛି ସୁନ୍ଦର କଳାକୃତି । ଚିତ୍ର ମାଧ୍ୟମରେ ଦର୍ଶାଯାଉଛି  ପୁରାଣ, ଐତିହ୍ୟ ଓ ସଂସ୍କୃତିର କଥା । ପୁରୀ ନିମାପଡା ବ୍ଲକ ନାହାନ୍ତରା ଗାଁର ମହିଳା ସୌଦାମିନୀ ସ୍ବାଇଁଙ୍କ ନିଆରା ପ୍ରୟାସ । ନିଜେ ପଟ୍ଟଚିତ୍ର ଆଙ୍କିବା ସହ ଏକ ତାଲିମ କେନ୍ଦ୍ର ଖୋଲି ଅନେକ ଯୁବତୀଙ୍କୁ ତାଲିମ ଦେଉଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର, ନାଗାର୍ଜୁନ ବେଶ ସମେତ କୃଷ୍ଣ ଲୀଳା, ନାଟ ଗଣେଶ ଭଳି କଳାକୃତି ଶିଳ୍ପୀଙ୍କ ଯାଦୁଗରୀ ଛୁଆଁରେ ଜୀବନ୍ତ ହୋଇଛି। ସଂସ୍କୃତିକୁ ପଟ୍ଟଚିତ୍ରର ରୂପ ଦେଇ ବିଶ୍ୱ ଦରବାରରେ ସେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାକୁ ମିଳିଛି ନୂଆ ଦିଗନ୍ତ । ସୌଦାମିନୀ ନିଜେ ସ୍ୱାବଲମ୍ବୀ ହେବା ସହ ମହିଳାଙ୍କୁ କାମ ଶିଖାଉଛନ୍ତି। ସୌଦାମିନୀ ଓ ତାଙ୍କ ସ୍ବାମୀ , ଭୋଳାନାଥ ଗୁରୁକୂଳ ନାମରେ ଏକ କେନ୍ଦ୍ର ଖୋଲି ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରାଉଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପଟ୍ଟଚିତ୍ରର ଦେଶ ବିଦେଶରେ ମଧ୍ୟ ଚାହିଦା ରହିଛି । ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ନାନର ଅଧିକାରୀ ହୋଇଛନ୍ତି।